ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ : ସଂସ୍କୃତି ମନ୍ତ୍ରୀ

ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ : ସଂସ୍କୃତି ମନ୍ତ୍ରୀ

ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ : ସଂସ୍କୃତି ମନ୍ତ୍ରୀ
ନୂଆଦିଲ୍ଲୀ: ଶ୍ରୀନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଛି । ପ୍ରତ୍ୟାହାର ନେଇ ଟ୍ୱିଟ୍ ଯୋଗ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପହ୍ଲାଦ ପଟେଲ ସୂଚନା ଦେଇଛନ୍ତି । ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ପଟେଲ କହିଛନ୍ତି । ଆଜି ବିଜେଡି ଓ ବିଜେପି ସାଂସଦଙ୍କ ଦାବି ପରେ ବାଇ-ଲ ପ୍ରତ୍ୟାହାର ହୋଇଛି । ସଂସ୍କୃତି ମନ୍ତ୍ରୀଙ୍କୁ କିଛି ସମୟ ପରେ ବିଜେପି ଓ ବିଜେଡି ସାଂସଦ ଭେଟିଥିଲେ । ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର ଦାବି କରିଥିଲେ । ପ୍ରକାଶ ଯେ, ବାଇ-ଲ ସ୍ଥଗିତ ରଖିବାକୁ ବିଜେପି ସାଂସଦମାନେ ଦାବି କରିଥିଲେ । ଏନେଇ ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବିଜେପି ସାଂସଦମାନେ ଏକ ସ୍କାରକପତ୍ର ଦେଇଥିଲେ । ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିଥିଲେ । ସମସ୍ତ ପକ୍ଷଙ୍କ ମଧ୍ୟରେ ସହମତି ଆସିବା ଯାଏ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିିଥିଲେ । ସରକାର, ସେବାୟତ ଓ ପରିଚାଳନା କମିଟିରେ ସହମତି ଯାଏ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିିଥିଲେ । ଏଥିସହ ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ଅନୁରୂପ ଦାବି କରିଥିଲେ । ଅନ୍ୟପକ୍ଷରେ ସୋମବାର ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ବାର୍ତ୍ତା ଦେଇଥିଲେ । ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ସମ୍ପର୍କରେ ନବୀନ କଡ଼ା ମନ୍ତବ୍ୟ ଦେଇିଥିଲେ । କେନ୍ଦ୍ର ସରକାର ବାଇ-ଲ ପ୍ରତ୍ୟାହାର କରି ନେବା ଉଚିତ ବୋଲି ନବୀନ କହିିଥିଲେ । ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି ବୋଲି ନବୀନ ପଟ୍ଟନାୟକ କହିଥିଲେ ।