ପ୍ରଦର୍ଶନୀ ପଡିଆରେ ଡିଜିଙ୍କ ସୁରକ୍ଷା ସମୀକ୍ଷା

ପ୍ରଦର୍ଶନୀ ପଡିଆରେ ଡିଜିଙ୍କ ସୁରକ୍ଷା ସମୀକ୍ଷା

ପ୍ରଦର୍ଶନୀ ପଡିଆରେ ଡିଜିଙ୍କ ସୁରକ୍ଷା ସମୀକ୍ଷା
ଭୁବନେଶ୍ବର: ଆସନ୍ତା ୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଦର୍ଶନୀ ପଡିଆରେ ହେବ ଶପଥପାଠ ଉତ୍ସବ ଅନୁଷ୍ଠତ ହେବ । ସେଥିପାଇଁ ପୋଲିସ ଡିଜି ପ୍ରଦର୍ଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହାପରେ ଡିଜି ଏକ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୫୦୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ । ଏଥିପାଇଁ ପ୍ରଦର୍ଶନୀ ପଡିଆ ଚାରିପଟ କୋଠା ଉପରେ ସୁରକ୍ଷା କର୍ମୀ ରହିବେ । ପ୍ରଦର୍ଶନୀ ପଡିଆ ଚାରିପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥା କରାଯିବ । ପଡିଆ ଭିତରେ କଂଟ୍ରୋଲ ରୁମର ସୁରକ୍ଷା ସ୍ଥିତି ଉପରେ ନଜର ରଖାଯିବ ନେଇ ଡିଜି କହିଛନ୍ତି । ରାଜ୍ୟ ବାହାରୁ ଅତିଥି ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ କିଛି ରୁଟରେ ପରିବର୍ତନ କରାଯିବ । ସୁରକ୍ଷା ବ୍ୟବସ୍ଥା ଯାଂଚ ସମୟରେ ପୋଲିସ ଡିଜିଙ୍କ ସହ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।