ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟଙ୍କ ଆଜି ପରଲୋକ ହୋଇଯାଇଛି। ସକାଳ ୯.୩୦ରେ  ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ନେଇ ଝିଅ ଅନିତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । 

ରାମକୃଷ୍ଣ ପଟ୍ଟନାୟଙ୍କ ପରଲୋକ ଖବର ପାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବାବେଳେ ବହୁ ରାଜନେତା ଶୋକବ୍ୟକ୍ତ କରିଛନ୍ତି । 

ଗଞ୍ଜାମ କୋଦଳା ନିର୍ବାଚନମଣ୍ଡଳୀରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଉକ୍ରଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚିତ ହୋଇଥିଲେ ।  ଏକାଧିକ ବିଭାଗର ମନ୍ତ୍ରୀଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଅର୍ଥ, କୃଷି ଓ ଗ୍ରାମ୍ୟ ଉନ୍ନୟନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।  ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ । 

ରାମକୃଷ୍ଣ ପଟ୍ଟନାକ ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ଥିଲେ ।

ତେବେ ପ୍ରଥମ ଥର ବିଧାୟକ ହୋଇ ସେ ୧୯୭୧ ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

 ତାଙ୍କ ପରଲୋକରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ସମେତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ କଂଗ୍ରେସ ନେତା ନରସିଂହ ମିଶ୍ର ଶୋକ ପ୍ରକାଶ କରିଛନ୍ତି ।