ପୁରୀ ଅଭିମୁଖେ ରଥ କାଠ

ପୁରୀ ଅଭିମୁଖେ ରଥ କାଠ

ପୁରୀ ଅଭିମୁଖେ ରଥ କାଠ
ନୟାଗଡ଼ : ଚଳିତ ବର୍ଷ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଆଜିଠାରୁ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଯାଇଛି ପ୍ରଥମ ରଥ କାଠ । ଏଥିପାଇଁ ୨ଟି ଟ୍ରକକୁ ପୂଜାର୍ଚ୍ଚନା କରାଯାଇଛି ଛଡ଼ାଯାଇଛି । କିଛି ସମୟ ପରେ ଗାଡି ପୁରୀ ଅଭିମୁଖେ ଗଡିବ । ଆଜି ରାତିରେ ବଡ଼ ଦାଣ୍ଡରେ ପହଞ୍ଚିବ ଏହି କାଠ । ଆଜି ପ୍ରଥମ ଦିନରେ ଦୁଇଟି ଟ୍ରକରେ ଦଶପଲ୍ଲା ବନାଞ୍ଚଳରୁ ୪୯ ଖଣ୍ଡ କାଠ ଯିବ । ସେଥିରେ ୧୨ ଫୁଟ୍ ଲମ୍ବା ଓ ୩ଫୁଟ ଗୋଲେଇର ଅଶନ ୨୦ଟି ଏବଂ ଧଉରା ୧୯ଟି ରହିଛି । ସେହିଭଳି ୨୦ଫୁଟ ଲମ୍ବା ଓ ୩ଫୁଟ ଗୋଲେଇର ଅଶନ କାଠ ୧୦ଟି ରହିଛି ।