ପୁଣି ସ୍ଥଗିତ ରହିଲା ଚନ୍ଦ୍ର ମିଶନର ଉତକ୍ଷେପଣ

ପୁଣି ସ୍ଥଗିତ ରହିଲା ଚନ୍ଦ୍ର ମିଶନର ଉତକ୍ଷେପଣ

ପୁଣି ସ୍ଥଗିତ ରହିଲା ଚନ୍ଦ୍ର ମିଶନର ଉତକ୍ଷେପଣ

ୱାଶିଂଟନ:  ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ମିଶନର ଉତକ୍ଷେପଣ । ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଶନିବାର ଏହାକୁ ଉତକ୍ଷେପଣ କରିବାକୁ ସମୟ ଧାର୍ୟ୍ୟ କରାଯାଇଥିଲା । ତେବେ  ଶନିବାର ମଧ୍ୟ ଶେଷ ମୁହୂର୍ତ୍ତରେ କିଛି ବୈଷୟିକ ତ୍ରୁଟି ସମ୍ନାକୁ ଆସିବା ପରେ ଏହି ବହୁ ପ୍ରତୀକ୍ଷିତ ରକେଟ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ନାସା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ସାମ୍ନାକୁ ଆସିବା ପରେ ଉତକ୍ଷେପଣକୁ ସ୍ଥଗିତ କରାଯାଇଛି  । ମିଶନ ସ୍ଥଗିତ ହେବା ପରେ ବିଶେଷଜ୍ଞ ଟିମ ରକେଟର ସୂଚନା ଏକତ୍ରୀକରଣ କାର୍ୟ୍ୟ ଜାରି ରଖିଛନ୍ତି । ଚନ୍ଦ୍ରକୁ ଏହି ମାନବବିହୀନ ଉଡ଼ାଣ ମିଶନରେ ଅଂଶବିଶେଷ ଏହି କାର୍ୟ୍ୟକ୍ରମ ଜାରି ରଖଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା  । ଏହି ଉତକ୍ଷେପଣ ଆମେରିକାର ଫ୍ଲୋରିଡା ସ୍ଥିତ ଜେ.ଏଫ କେନେଡି ସ୍ପେସ୍ ସେଣ୍ଟରରୁ ହେବାର ଥିଲା ।