ପାପ ଧୋଇବାକୁ ବରଫ ପାଣିରେ ବୁଡ , ଜାଣନ୍ତୁ କେଉଁଠି
ପାପ ଧୋଇବାକୁ ବରଫ ପାଣିରେ ବୁଡ , ଜାଣନ୍ତୁ କେଉଁଠି
ପ୍ରବଳ ଥଣ୍ଡାରେ ବରଫ ଭଳି ଥଣ୍ଡା ପାଣିରେ ବୁଡ଼ ପକାଇବା କଥା ଶୁଣିଲେ କେହି ବି ଡ଼ରିଯିବେ । କିନ୍ତୁ ଦୁନିଆରେ ଏପରି ବି କିଛି ସ୍ଥାନ ରହିଛି ଯେଉଁଠି ପାପ ଧୋଇବା ପାଇଁ ଶୀତରେ ବରଫ ପାଣିରେ ଲୋକ ବୁଡ଼ ପକାଇଥାନ୍ତି । ଜାପାନ୍ରେ ନୂଆ ବର୍ଷ ପାଳନ ଅବସରରେ ଲୋକମାନେ ଏପରି କରିଥାନ୍ତି । ନୂଆବର୍ଷ ଆରମ୍ଭରେ ହଜାର ହଜାର ସଂଖ୍ୟାରେ ଲୋକେ ବରଫ ପାଣିରେ ବୁଡ଼ ପକାଇବା ଉତ୍ସବରେ ସାମିଲ ହୋଇଥାନ୍ତି । ଏପରିକି ୭୦-୮୦ ବର୍ଷର ବୃଦ୍ଧ ବି ଶୀତକୁ ଖାତିର୍ ନକରି ଏପରି କରିଥାନ୍ତି । ଏପରି କଲେ ଶରୀର ଶୁଦ୍ଧ ହେବା ସହ ପାପ ଧୋଇଯିବ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।
ଟୋକିଓର କାନ୍ଦା ମାୟୋଜିନ୍ ମନ୍ଦିରରେ ଏହି ଉତ୍ସବ ଚଳିତ ବର୍ଷ ମଧ୍ୟ ପାଳିତ ହୋଇଥିଲା । ବହୁ ସଂଖ୍ୟାରେ ଲୋକେ ସେଠାରେ ଭଗବାନଙ୍କୁ ଦର୍ଶନ କରିବା ସହ ପୂଜାରୀଙ୍କ କଥା ଅନୁସାରେ ବରଫ ପାଣିରେ ଗାଧୋଇଥିଲେ । ପ୍ରାୟ ୬ ମିନିଟ୍ ବୁଡ ପକାଇ଼ ସେମାନେ ପାଣିରୁ ବାହାରିଥିଲେ । ଏହାପରେ ସେଠାରେ ନାଚଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁରୂପ ଉତ୍ସବ ରୁଷ୍ରେ ବି ପାଳନ କରାଯାଇଥାଏ । ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକ ସେଠାରେ ନଦୀ କିମ୍ବା ଝରଣାରେ ବୁଡ଼ ପକାଇ ପାପ ଧୋଇଥାନ୍ତି ।