ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ପୁରୀ ମନା

ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ପୁରୀ ମନା

ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ପୁରୀ ମନା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ମନା କରାଯାଇଛି । ପୁରୀରେ ବଙ୍ଗୀୟ ପର୍ଯ୍ୟଟଙ୍କୁ ନେଇ ପୁରୀ ପ୍ରଶାସପ ବଡ ପଦକ୍ଷେପ ନେଇଛନ୍ତି । ପୁରୀ ନ ଆସିବାକୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅନୁରୋଧ କଲା ଜିଲ୍ଲା ପ୍ରଶାସନ । କୌଣସି ହୋଟେଲରେ ବଙ୍ଗୀୟ ପର୍ଯ୍ୟଟକ ରହି ପାରିବେନି । ବଙ୍ଗୀୟ ପର୍ଯ୍ୟଟକ ରହିଲେ ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଶାସନ ପକ୍ଷରୁ ଫ୍ରି ଓ ପେଡ ସଙ୍ଗରୋଧରେ ରହି ପାରିବେ । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିଷ୍ପତି ନେଇଛି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।