ପରଲୋକରେ ଶିବାଜୀ ପଟ୍ଟନାୟକ

ପରଲୋକରେ ଶିବାଜୀ ପଟ୍ଟନାୟକ

ପରଲୋକରେ ଶିବାଜୀ ପଟ୍ଟନାୟକ

ଭୁବନେଶ୍ୱର: ଚାଲିଗଲେ ପୂର୍ବତନ ସାଂସଦ ତଥା ବର୍ଷିଆନ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ । ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇଥିଲା । ଆଜି ଅପରାହ୍ନରେ ଖାରବେଳନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଆଖି ବୁଜିଦେଇଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତୁ୍ୟରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଭୁବନେଶ୍ୱର ସାଂସଦ ଭାବେ ସେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୯, ୧୯୯୧ରେ ସେ କମୁ୍ୟନିଷ୍ଟ ପାର୍ଟି ପ୍ରାର୍ଥୀ ଭାବେ ସାଂସଦ ନିର୍ବାଚିତ ହୋଇଥିଲେ ।