ନିଷ୍ପତି ବଦଳାଇଲେ ଜଗନ୍ନାଥ ପ୍ରଧାନ ।
ନିଷ୍ପତି ବଦଳାଇଲେ ଜଗନ୍ନାଥ ପ୍ରଧାନ ।
admin
Jun 3, 2020 - 08:09
Updated: Jun 3, 2020 - 08:09
ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାଯାଇଛି । ଗତକାଲି ଜଗନ୍ନାଥ ପ୍ରଧାନ ବିଜେପିରୁ ଇସ୍ତଫା ଦେଇଥିଲେ । ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାଯାଇଛି ।
ପ୍ରକାଶ ଯେ, ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ଦେଇଥିଲେ । ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଥିଲେ ଜଗନ୍ନାଥ । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ‘ମଧ୍ୟ’ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱରରେ ଯେତେ ବିଜେପି ନେତା ଅଛନ୍ତି ସମସ୍ତଙ୍କ ଠାରୁ ଜଗାଙ୍କ ସାଂଗଠନିକ ଦକ୍ଷତା ବେଶ ସୁଦୃଢ଼ ଥିଲା । ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଅତୀତରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଗତ ନିର୍ବାଚନରେ ମଧ୍ୟ ସେ ବିଜେପି ପ୍ରାର୍ଥୀ ହୋଇ କଡ଼ା ଟକ୍କର ଦେଇଥିଲେ । ସାଂଗଠନିକ ଦକ୍ଷତା କାରଣରୁ ସେ ଦଳରେ ବେଶ ଲୋକପ୍ରି୍ରୟ ଥିଲେ । ତେବେ କେତେକ ବିଜେପି ନେତାଙ୍କ ସହ ତାଙ୍କର ମତଭେଦ ଥିଲା । ଅତୀତରେ ମତଭେଦ ଗଣ୍ଡଗୋଳର ରୂପ ମଧ୍ୟ ନେଇଥିଲା । ତଥାପିବି ଜଗନ୍ନାଥ ଦିନରାତି ବିଜେପିରେ ହିଁ ସଂଗଠନ କରୁଥିଲେ । ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ମୋଟାମୋଟି ଭାବେ ତାଙ୍କରି କବଜାରେ ହିଁ ଥିଲା । ତେବେ ଗତକାଲି ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ ।