ଗପ ଆରମ୍ଭ ହେବାକୁ ଦେଉନାହିଁ କାଳବୈଶାଖୀ

ଯାତ୍ରା ସିଂହବାହିନୀର ଚର୍ଚ୍ଚିତ ନାଟକ ର ନାମ ଥିଲା "ସବୁ ପ୍ରେମ ଗପ ଅଧାରୁ ସରେ"।
ପ୍ରେମ ଗପ ଆରମ୍ଭ ହେବାକୁ ଦେଉନଥିଲା କାଳବୈଶାଖୀ। ଭିଲେନ୍ ଯାତ୍ରା ମଞ୍ଚକୁ ହୁଲସ୍ତୁଲ କରିବା ଆଗରୁ ପବନ ସହିତ ବର୍ଷା ପେଣ୍ଡାଲ ଦୋହଲାଇ ଦେଇଥିଲା । ମେଲୋଡି ଆରମ୍ଭ ହେଉ ହେଉ ହଠାତ୍ ଆରମ୍ଭ ହୋଇଥିଲା ପବନ । ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ଅଳଗୁମ୍ ରେ ଏଭଳି ଚିତ୍ର ସାମ୍ନାକୁ ଆସିଚି। ଆଜି ଥିଲା ତୃତୀୟ ରଜନୀ। ଦର୍ଶକ ଭାବିଥିଲେ ଏହି ପବନ କିଛି ସମୟ ପରେ ଧିମାଇ ଯିବ ଯାତ୍ରା ଆରାମରେ ଦେଖି ହେବ। କିନ୍ତୁ ତାହା ସମ୍ଭବ ହେଲାନି। ପବନ ଟେଣ୍ଟ ଉଡ଼ାଇ ନେବା ପରେ ଯାତ୍ରା ପେଣ୍ଡାଲ କୁ କବଜା କରିଥିଲା ବର୍ଷା। ଅଣଚାଶ ପବନ ସହିତ ବର୍ଷା ଦର୍ଶକଙ୍କୁ ନାଟକ ଦେଖିବାକୁ ସୁଯୋଗ ଦେଉନଥିଲା। କଳାକାର ମଧ୍ୟ ବର୍ଷା ରେ ଓଦା ହୋଇଯାଇଥିଲା। ଯାତ୍ରା ପେଣ୍ଡାଲ ଉପରେ ଲହଡ଼ି ମାରିଥିଲା ପାଣି। ଯାତ୍ରା ହୋଇ ପାରିନଥିଲା। ନିରାଶ ହୋଇଥିଲେ ଦର୍ଶକ।