ନବରଙ୍ଗପୁରରେ ଭୁଷୁଡିଲା ୪୦ ବର୍ଷର ପୁରୁଣା ପୋଲ ।

ନବରଙ୍ଗପୁରରେ ଭୁଷୁଡିଲା ୪୦ ବର୍ଷର ପୁରୁଣା ପୋଲ ।

ନବରଙ୍ଗପୁରରେ ଭୁଷୁଡିଲା ୪୦ ବର୍ଷର ପୁରୁଣା ପୋଲ ।
ନବରଙ୍ଗପୁରରେ ଭୁଷୁଡିଲା ପୋଲ । ନବରଙ୍ଗପୁର ବଡ ମସିଗାଁ ପୋଲଟି ବର୍ଷା ଯୋଗୁଁ ଭୁଷୁଡି ପଡିଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନବରଙ୍ଗପୁରରୁ କସାଗୁମୁଡା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ତୁରୀ ନଦୀ ଉପରେ ୪୦ ବର୍ଷ ତଳେ ନିର୍ମାଣ ହୋଇଥିଲା ଏହି ପୋଲ । ତେବେ ନବରଙ୍ଗପୁରରେ ପ୍ରଥମ ବର୍ଷା ହୋଇଥିବାରୁ ପୋଲଟି ଭୁଷୁଡି ପଡିଥିବା ଜଣାପଡିଛି । ପୋଲଟି ବହୁ ବର୍ଷ ପୁରୁଣା ହୋଇଥିବାରୁ ବର୍ଷା ଯୋଗୁଁ ଭୁଷୁଡି ପଡିଥିବା କୁହାଯାଉଛି । ପୋଲ ଭୁଷୁଡିବା ଯୋଗୁଁ ନବରଙ୍ଗପୁର ଓ କସାଗୁମୁଡା ମଧ୍ୟରେ ଯୋଗାଯାଗ ବିଚ୍ଛିନ୍ନ ହୋଇଛି ।