ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର, ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ।

ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର, ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ।

ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର, ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ।
ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବଦଳିଯାଇଛି । ରଥଯାତ୍ରା ବନ୍ଦକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାରଙ୍କ ଆଭିମୁଖ୍ୟ ବଦଳିଛି । ଗଜପତି ମହାରାଜାଙ୍କ ପତ୍ର ଆଧାରରେ ବିନା ଭକ୍ତରେ ରଥଯାତ୍ରା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଆବାସିକ କମିଶନର ସଂଜୀବ ମିଶ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ଦର୍ଶାଯାଇଛିଯେ, ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନାଭକ୍ତରେ ରଥଯାତ୍ରା କରିବା ପାଇଁ ସରକାର ରାଜି । ଅପରପକ୍ଷରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣୀ ଆରମ୍ଭ ହୋଇଛି । ରାଜ୍ୟ ସରକାର ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି । ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ୨୦ରୁ ଉଦ୍ଧ୍ୱର୍ ପିଟିସନ ଦାଖଲ କରାଯାଇଛି । ଫଳରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ଏବେ ସାରା ରାଜ୍ୟର ନଜର ରହିଛି ।