ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ସଂକ୍ରମିତଙ୍କ ସଂଖ୍ୟା ୧୫୨୫
ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ସଂକ୍ରମିତଙ୍କ ସଂଖ୍ୟା ୧୫୨୫
ନୂଆଦିଲ୍ଲୀ: ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍। ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି ।
ଏହାରି ଭିତରେ ଦେଶରେ ୨୩ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ ସଂକ୍ରମଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫କୁ ଛୁଇଁଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୦ରେ ପହଞ୍ଚିଛି । ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୧, କେରଳରେ ୧୦୯, ଗୁଜୁରାଟରେ ୧୩୬, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୭, ତାମିଲନାଡୁରେ ୧୧୭, କର୍ଣ୍ଣାଟକରେ ୬୪, ମଧ୍ୟପ୍ରଦେଶରେ ୯, ଓଡିଶାରେ ୧୪, ଆନ୍ଧ୍ରପ୍ରଦେଶରେ ୧୭, ପଶ୍ଚିମବଙ୍ଗରେ ୨୦, ହରିଆଣାରେ ୬୩, ଜାମ୍ମୁ କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୮, ଚଣ୍ଡିଗଡରେ ୩, ଆଣ୍ଡାମାନ ନିକୋବରରେ ୨, ହିମାଚଳପ୍ରଦେଶରେ ୧, ଲଦାଖାରେ ୧, ଗୋଆରେ ୧, ମଣିପୁରରେ ୧, ପଞ୍ଜାବରେ ୧ ଓ ଉତ୍ତରାଖଣ୍ଡରେ ୮ ରହିଛି ।




admin 