ଦିବ୍ୟଶଙ୍କର ଓ ଜ୍ୟୋତିପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ଦିବ୍ୟଶଙ୍କର ଓ ଜ୍ୟୋତିପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ଦିବ୍ୟଶଙ୍କର ଓ ଜ୍ୟୋତିପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ
ଭୁବନେଶ୍ୱର: ନାମାଙ୍କନ ସରିଲା । ଏବେ ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ତେବେ ଏହାରି ଭିତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ୨ ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ସେ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇ ୨ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭୋଟ ଦେଲେ ସବୁ ସୁବିଧା ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ ରାସନ କାର୍ଡ ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ କହୁଥିବା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ୨ ମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି ।ପ୍ରକାଶ ଯେ, କରୋନା କଟକଣା ମଧ୍ୟରେ ପ୍ରାର୍ଥୀ ଲୋକଙ୍କ ପାଖକୁ ଯାଇ ବିକାଶକୁ ମୁଦ୍ଦା କରିଛନ୍ତି । ଏଠାରେ ନଭେମ୍ବର ୩ ତାରିଖରେ ଭୋଟ ଓ ନଭେମ୍ବର ୧୦ ତାରିଖରେ ଭୋଟଗଣତି ହେବ । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ବିଜେଡିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ବାଲେଶ୍ୱର ସଦରରୁ ଲଢୁଛନ୍ତି ।