ତିନି ରାଜ୍ୟରେ କିଏ ଆଗୁଆ
ନୂଆଦିଲ୍ଲୀ : ଉତ୍ତରପୂର୍ବାଳ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଆରମ୍ଭ ହୋଇଛି ଗଣତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ ରହିଛି । ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୫ଟିରେ ଆଗୁଆ ଥିବାବେଳେ ବାମପନ୍ଥୀ ମେଣ୍ଟ- କଂଗ୍ରେସ ୧୮ଟି, ଅନ୍ୟାନ୍ୟ ଦଳ ୭ଟି ଆଗୁଆ ଅଛି ।
ସେହିପରି ନାଗାଲାଣ୍ଡରେ ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୪୭, ଏନପିଏଫ ୬, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ଅଛନ୍ତି । ସେହିପରି ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନପିପି ୨୩, ଟିଏମସି ୧୧, ବିଜେପି ୧୦ , କଂଗ୍ରେସ ୪ ଏବଂ ଅନ୍ୟାନ୍ୟ ୫ଟିରେ ଆଗୁଆ ଅଛନ୍ତି ।




admin 