ଡିଜେଲ ପିଇ ଦେଢ ବର୍ଷ ଶିଶୁପୁତ୍ରର ମୃତ
ଡିଜେଲ ପିଇ ଦେଢ ବର୍ଷ ଶିଶୁପୁତ୍ରର ମୃତ
ଭୋଗରାଇ: ଡିଜେଲ ପିଇ ଦେଢ ବର୍ଷ ଶିଶୁପୁତ୍ରର ମୃତ୍ୟୁ। ମୃତ ଶିଶୁପୁତ୍ର ଜଣକ ହେଲେ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ଆରୁହାବୃତ୍ତି-୨ ଗ୍ରାମର ଅଜୟ କୁମାର ବେହରାଙ୍କ ପୁଅ। ସୂଚନା ମୁତାବକ, ଅଜୟ ଇଞ୍ଜିନ ରିକ୍ସା ଚଳାଇ ଜୀବିକା ନିର୍ବାହ କରନ୍ତି। ମଙ୍ଗଳବାର ସକାଳେ ସେ ଘର ପାଖରେ ନିଜ ଇଞ୍ଜିନ ରିକ୍ସାରେ ଡିଜେଲ ଭର୍ତ୍ତି କରିବା ପରେ ଏକ ଡବାରେ କିଛି ବଳକା ଡିଜେଲ ରିକ୍ସା ପାଖରେ ରଖିଥିଲେ।
ଅଜୟ ରିକ୍ସା ସଜାଡିବାରେ ବ୍ୟସ୍ତ ଥିଲା ବେଳେ ତାଙ୍କ ଅଜାଣତରେ ଡବାରେ ଥିବା ଡିଜେଲକୁ ତାଙ୍କର ପୁଅ ପିଇ ଦେଇଥିଲେ। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।




admin 