ଡାଇମଣ୍ଡ କ୍ଲବର କଖାରୁ ମଞ୍ଜି, ରାଜମା ଓ ବ୍ଲୁ ଷ୍ଟୋନର ମୂର୍ତି

ଡାଇମଣ୍ଡ କ୍ଲବର କଖାରୁ ମଞ୍ଜି, ରାଜମା ଓ ବ୍ଲୁ ଷ୍ଟୋନର ମୂର୍ତି

ଡାଇମଣ୍ଡ କ୍ଲବର କଖାରୁ ମଞ୍ଜି, ରାଜମା ଓ ବ୍ଲୁ ଷ୍ଟୋନର ମୂର୍ତି
ଭୁବନେଶ୍ୱର:(ପ୍ରଭାତ କୁମାର ବେହେରା):ବୁଦେ୍ଧଶ୍ୱରୀ କଲୋନୀସ୍ଥିତ ଡାଇମଣ୍ଡ କ୍ଲବ ପକ୍ଷରୁ ଗଣେଶ ପୂଜା ବଡ ଆଡମ୍ବର ଭାବରେ ପାଳନ କରାଯାଇଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଭିନ୍ନ ଧରଣ ଗଣେଶ ମୂର୍ତି ସ୍ଥାପନ ହୋଇଛନ୍ତି । ବିରୀ, ଗହମ, ଚାଉଳ, ମୁଗ, ବୁଟ, ଡାଲି, ଷୋରିଶ, ମକା ଓ ଜୀରା ଆଦି ଶସ୍ୟରେ ଗଣେଶ ମୂତି ତିଆରୀ କରିବାରେ ନିଆରା ପରମ୍ପରା ଅନୁଷ୍ଠିତ ହୋଇ ଆସିଛି । ଚଳିତ ବର୍ଷ ମୂର୍ତିରେ ଗଣେଶଙ୍କ ସମ୍ପୂର୍ଣ୍ଣ ଶରୀର କଖାରୁ ମଞ୍ଜିରେ, ଧୋତି ରାଜମାରେ ଓ ଉତରୀୟ ବ୍ଲୁ ଷ୍ଟୋନରେ ନିର୍ମିତ ହୋଇଛି । ମୂର୍ତିରେ କୌଣସି ପ୍ରକାର ରସାଇନିକ ରଙ୍ଗ ବ୍ୟବହାର କରାଯାଇ ନାହିଁ । ଏଥି ପାଇଁ କଖାରୁ ମଞ୍ଜି ୫ କିଲୋଗ୍ରାମ, ରାଜମା ୪ କିଲୋଗ୍ରାମ ଓ ବ୍ଲୁ ଷ୍ଟୋନ୍ ୧ କିଲୋଗ୍ରାମ ବ୍ୟବହୃତ ହୋଇଛି । ୮ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ପ୍ରତିମା ପୂଜାରେ ଆକର୍ଷଣର କେନ୍ଦ୍ର ପାଲଟିଛି । ଡାଇମଣ୍ଡ କ୍ଲବ ପକ୍ଷରୁ ୩୪ ବର୍ଷ ଧରି ଗଣେଶ ପୂଜା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ତୋରଣ ମନ୍ଦିର ଆକୃତି ହୋଇଛି । ତୋରଣର ଉଚ୍ଚତା ୪୦ ଫୁଟ ଓ ଚଉଡା ୨୦ ଫୁଟ ରଖାଯାଇଛି । ଆକର୍ଷୀଣୟ ତୋରଣ ସହିତ ଅତି ସୁନ୍ଦର ଆଲୋକ ସାଜ୍ଜସଜ୍ଜା ହୋଇଛି । ଆଠ ଦିନ ଧରି ପୂଜା ଅନୁଷ୍ଠିତ ହେବ । ପ୍ରତି ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା , ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସଭାପତି ଶୁଭନ ଖୁଂଟିଆ , ସାଧାରଣ ସମ୍ପାଦକ ମାନସ ପରିଡା, ସହସମ୍ପାଦକ ସନାତନ ବେହେରା, କୋଷାଧ୍ୟକ ଶୁଧାଂଶୁ ଶେଖର ବାରିକ, ଉପଦେଷ୍ଟା ବୈଶାଖ କୁମାର ଭୂୟାଁ , ପପିରାଜ ସ୍ୱାଇଁ, ନିରଞ୍ଜନ ରାଉତ, ସଂଗ୍ରାମ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ବାରିକ ଓ ମେମ୍ବର ମାନଙ୍କ ମଧ୍ୟରେ ଇନ୍ଦ୍ରଜିତ ସିଂହ, ଜଗଦିଶ ପରିଡା, ଦୀପନ କୁମାର ଦାସ, ବବ୍ଲୁ ମାଠ, ଅନିଲ ଗୌଡ, କମଳ ଦାସ, ମାନସ ପରିଡା, ବନମାଳୀ ବେହେରା , ରବିନ୍ଦ୍ର ଖୁଂଟିଆ ଓ ସଞ୍ଜୟ ଦାସ ପ୍ରମୁଖ ପୂଜା ଆୟୋଜନରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।