ଡମ୍ପର୍‌ ଧକ୍କାରେ ୫ ମୃତ, ଜଣେ ଗୁରୁତର

ଡମ୍ପର୍‌ ଧକ୍କାରେ ୫ ମୃତ, ଜଣେ ଗୁରୁତର

ଡମ୍ପର୍‌ ଧକ୍କାରେ ୫ ମୃତ, ଜଣେ ଗୁରୁତର
ନୟାଗଡ : ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଡମ୍ପର୍‌ ଧକ୍କାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ରାସ୍ତାରେ ଚାଲି ଚାଲି ଯିବା ବେଳେ ପଛରୁ ୬ ଜଣଙ୍କୁ ଡମ୍ପର୍‌ ଧକ୍କା ଦେଇଥିଲା। ନୟାଗଡ଼ା ଶରଣକୁଳ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟଣା ପରେ ଡମ୍ପର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଦୁଇ ମହିଳା ଅଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।