ଟ୍ରକ୍‌ ଚଢ଼ାଇ ସଂପର୍କୀୟ ଭାଇକୁ ହତ୍ୟା

ଟ୍ରକ୍‌ ଚଢ଼ାଇ ସଂପର୍କୀୟ ଭାଇକୁ ହତ୍ୟା

ଟ୍ରକ୍‌ ଚଢ଼ାଇ ସଂପର୍କୀୟ ଭାଇକୁ ହତ୍ୟା

ଯାଜପୁର: ସାମାନ୍ୟ ଜମିଜମା ଗଣ୍ଡଗୋଳରୁ ଭାଇକୁ ହତ୍ୟା କରିଛି ସଂପର୍କୀୟ ଭାଇ। ଟ୍ରକ୍  ଚଢ଼ାଇ ହତୃା କରିଛି।  ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିଛି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଗତକାଲି ଘଟିଛି ।  ମୃତକ ହେଲେ ରଥ ମଳିକଙ୍କ ପୁଅ ଅକ୍ଷୟ ମଳିକ ।

ଅକ୍ଷୟ ମଳିକଙ୍କର ନିଜ ସାନ ବାପା ପୁଅ ସୁଶାନ୍ତ ମଳିକଙ୍କ ସହ  ଜମିଜମା ବିବାଦକୁ ନେଇ କିଛି ଦିନ ତଳେ ଝଗଡା ହୋଇଥିଲା ।  ଏଥିରେ ଉତ୍ତ୍ୟକ୍ତ ସୁଶାନ୍ତ ରାସ୍ତାରୁ ସବୁଦିନ ପାଇଁ ଅକ୍ଷୟଙ୍କୁ ହଟାଇଇବାକୁ  ଯୋଜନା ପ୍ରସ୍ତୁତ କରିଥିଲା।  ପେଶାରେ ସୁଶାନ୍ତ ଜଣେ ଟ୍ରକ ଡ୍ରାଇଭର ହୋଇଥିବାରୁ ଟ୍ରକ ଚଢ଼ାଇ ମାରିବା ପରେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା ।

ଯୋଜନା ମୁତାବକ, ଗତ କାଲି ରାତିରେ ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଅକ୍ଷୟଙ୍କ ଘର ସମ୍ମୁଖରେ ରଖିଥିଲା। ଏହାପରେ ଅକ୍ଷୟଙ୍କୁ ଘରୁ ବାହାରିବାକୁ ଡାକିଥିଲା। କିଛି ସମୟ ପରେ ଅକ୍ଷୟ ପଡ଼ିଆରେ ବୁଲୁଥିବା ଦେଖି ସମସ୍ତଙ୍କ ସାମନାରେ ତାଙ୍କ ଉପରେ ଟ୍ରକ ମଡ଼ାଇ ଦେଇଥିଲା ସୁଶାନ୍ତ । ଏହାପରେ ଗାଡ଼ି ସହ ଫେରାର ହୋଇଯାଇଥିଲା।

ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।