ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ରାସ୍ତାରେ ବସିଲେ ଚାଷୀ

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ରାସ୍ତାରେ ବସିଲେ ଚାଷୀ

ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ରାସ୍ତାରେ ବସିଲେ ଚାଷୀ
ସମ୍ବଲପୁର- ସମସ୍ତଙ୍କ ମୁହଁରେ ଗୋଟିଏ କଥା ମନ୍ତ୍ରୀ ଯାହା କହୁଛନ୍ତି ତାହା ପାଳନ କରୁନାହାନ୍ତି । ଚାଷୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । କିଛି ଦିନ ତଳେ ଟୋକନ ବ୍ୟବସ୍ଥା ଚାଷୀମାନଙ୍କ ମନରେ ଅସନ୍ତୁଷ୍ଟ ଦେଖାଯାଇଥିଲା । ସେତେବେଳର ସମସ୍ୟାକୁ ଦେଖି ସରକାର ଟୋକନ ବ୍ୟବସ୍ଥାକୁ ଉଠାଇ ଦେଇଥିଲେ । ପୁଣି ଏବେ ଟୋକନ ବ୍ୟବସ୍ଥା ଓ କଟନି ଛଟନି ଆରମ୍ଭ କଲେଣି ଏହାକୁ ନେଇ ସମ୍ବଲପୁର ବରେଇପାଲିରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ଚାଷୀମାନେ ବରେଇପାଲି ରାସ୍ତାରେ ଧାନଗାଡି ରଖି ରାସ୍ତାରୋକ କରିଛନ୍ତି। ଫଳରେ ବରଗଡ-ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ଯାହା ଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି। ଚାଷୀଙ୍କ ଅଭିଯୋଗ ହେଲା, ମନ୍ତ୍ରୀ କହିଥିଲେ ଯେ ଅଭାବୀ ବିକ୍ରି ହେବ ନାହିଁ। ଟୋକନ ବ୍ୟବସ୍ଥା କରାଯାଇ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ। ଯେଉଁ ଚାଷୀ ଟୋକନ ପାଇ ନଥିବେ ସେମାନେ ଧାନ ନେଇ ଆସିଲେ, ଦୁଇ ଘଣ୍ଟା ମଧ୍ୟରେ ଟୋକନ ବ୍ୟବସ୍ଥା କରାଯାଇ ସେମାନଙ୍କ ଠାରୁ ଧାନ କିଣାଯିବ। କିନ୍ତୁ ଏହା ହେଉ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।