ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ଦୁଇ ଭାରତୀୟ ସ୍ପିନର
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ଦୁଇ ଭାରତୀୟ ସ୍ପିନର ସ୍ଥାନ ପାଇଛନ୍ତି। ରବୀନ୍ଦ୍ର ଜାଡେଜା ୧ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସୂଚନାଯୋଗ୍ୟ; ଚଳିତ ଟେଷ୍ଟ ଶୃଙ୍ଖଳାେର ଭାରତ ପ୍ରଥମ ୨ଟି ଟେଷ୍ଟକୁ ଅଢ଼େଇ ଦିନ ମଧ୍ୟରେ ସହଜରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଭାରତର ଉଭୟ ଟେଷ୍ଟ ବିଜୟରେ ଜାଡ଼େଜା ଓ ଅଶ୍ବିନଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି। ଦୁହେଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମ୍ପିଆନ୍ଙ୍କ ପରି ପ୍ରଦର୍ଶନ କରିଛନ୍ତି। ବାମହାତି ଜାଡ଼େଜା ଏହି ୨ଟି ଟେଷ୍ଟେର ୮ଟି ଓ ୧୦ଟି ୱିକେଟ ନେବା ସହ ୭୦ ଓ ୨୬ ରନ୍ କରିଛନ୍ତି। ଅଶ୍ବିନ ଉଭୟ ଟେଷ୍ଟରେ ୮ଟି ଓ ୬ଟି ୱିକେଟ ନେବା ସହ ୨୩ ଓ ୩୭ ରନ୍ କରିଛନ୍ତି।
ଟେଷ୍ଟ ବୋଲିଂ ମାନ୍ୟତାରେ ଜାଡେଜା ୬ଟି ସ୍ଥାନର ଉନ୍ନତି ଘଟାଇ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଶ୍ବିନ ଗୋଟିଏ ସ୍ଥାନ ଉପରକୁ ଉଠି ୨ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଗତ ୨ଟି ଟେଷ୍ଟମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଉଭୟଙ୍କ ମାନ୍ୟତାରେ ଉନ୍ନତି ଘଟିଛି।




admin 