ଟଳିଲେ ୩ଆତଙ୍କୀ

ଟଳିଲେ ୩ଆତଙ୍କୀ

ନୂଆଦିଲ୍ଲୀ:  ଉରି ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଆଜି ଭାରତୀୟ ସେନା ବିଫଳ କରିଛି। ଏହି ଘଟଣାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେନା ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହିତ ବହୁ ପରିମାଣର ଗୁଳିଗୋଳା ସମେତ ୨ଟି ଏକେ ରାଇଫଲ, ଗୋଟିଏ ଚାଇନା ନିର୍ମିତ ଏମ -୧୬ ରାଇଫଲ ଉଦ୍ଧାର କରିଛି।

କାଶ୍ମୀର ଜୋନ ପୁଲିସ ଟୁଇଟ୍ କରି କହିଛି, “ସେନା ଏବଂ ବାରାମୁଳା ପୁଲିସ ଉରିର କମଲକୋଟ ସେକ୍ଟରର ମାଦିୟାନ ନାନକ ପୋଷ୍ଟ ନିକଟରେ ଅନୁପ୍ରବେଶକାରୀଙ୍କୁ ଠାବ କରିଥିଲା। ଗତ ତିନି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଠାରେ ସେନା ଦ୍ୱାରା ଏହା ଚତୁର୍ଥ ଅନୁପ୍ରବେଶ ରୋକିବା ଘଟଣା।