ଟ୍ରାକ୍ଟରରେ ଚାପି ହୋଇ ଚାଲିଗଲା ଜୀବନ
ଆଠମଲ୍ଲିକ: ଟ୍ରାକ୍ଟରରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଜାମୁଡ଼େଲି ପଞ୍ଚାୟତର ବିଜେଡି କର୍ମୀ କପିଳେଶ୍ଵର ପ୍ରଧାନ ।
ସୂଚନାଯୋଗ୍ୟ ଯେ, କପିଳେଶ୍ଵର ପ୍ରଧାନ ସୋମବାର ସକାଳୁ ଘର ନିକଟରେ ଥିବା ପାହାଡ଼କୁ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିବାର ଦେଖି ସେ ଡେଇଁ ପଡ଼ିଥିଲେ । ତଳେ ପଡିବା ସମୟରେ ଟ୍ରାକ୍ଟରଟି ତାଙ୍କ ଉପରେ ମାଡି ଯାଇଥିଲା । ପରିବାର ଲୋକ ତାଙ୍କୁ ଆଠମଲ୍ଲିକ ମେଡିକାଲକୁ ଆଣିଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।




admin 