ଟଙ୍କା ଶହେ ପାଇଁ ମା'କୁ ମାରିଦେଲା ପୁଅ

ଟଙ୍କା ଶହେ ପାଇଁ ମା'କୁ ମାରିଦେଲା ପୁଅ

ଟଙ୍କା ଶହେ ପାଇଁ ମା'କୁ ମାରିଦେଲା ପୁଅ

ମୟୂରଭଞ୍ଜ : ଜନ୍ମ କରିଥିଲା ମା’, ଛୋଟରୁ ବଡ଼ କରିଥିଲା, ହେଲେ ରାକ୍ଷାସ ପାଲଟିଗଲା ପୁଅ । ଏହିପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ଅଞ୍ଚଳବାସୀଙ୍କୁ ମର୍ମାହତ କରିଦେଇଛି । ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ଅତି ନୃଶଂସ ଭାବରେ ପୁଅ ହତ୍ୟା କରିଛି  ।

ସୂଚନା ଅନୁଯାୟୀ, କାଳନ୍ଦୀ ନାୟକ ନାମକ ଜଣେ ମହିଳା ଦିନ ମଜୁରୀଆ ଭାବରେ କାମ କରି ନିଜର ଘର ଚଳାଉଥିଲେ  । କିନ୍ତୁ ତାଙ୍କ ପୁଅ ସରୋଜ ନାୟକ ନିଶାଶକ୍ତ ରହିଥିଲା  । ଅନେକ ସମୟରେ ମଦ ପିଇ ଘରେ କଳିଝଗଡ଼ା ମଧ୍ୟ କରୁଥିଲା  । ତେବେ ଆଜି ସେ ମଦ ପିଇବା ପାଇଁ ମା’ଙ୍କୁ ୧୦୦ଟଙ୍କା ମାଗିଥିଲା  । କିନ୍ତୁ କାଳନ୍ଦି ଟଙ୍କା ଦେବାକୁ ମନା କରିଦେଇଥିଲେ  । ମଦ ପାଇଁ କାହିଁକି ଟଙ୍କା ଦେବୁନାହିଁ ବୋଲି ସେ ମା’କୁ ପଚାରିବା ସହ ମାରଧର କରିଥିଲା  । ତଥାପିବି ତା’ର ରାଗ ଶାନ୍ତ ହୋଇନଥିଲା  । ଘରେ ପଡ଼ିଥିବା ଏକ ଠେଙ୍ଗାରେ ମାଆକୁ ଖୁବ ଜୋରରେ ସରୋଜ ପିଟିଥିଲା  । ଠେଙ୍ଗା ମାଡ଼ରେ ମା’ କାଳନ୍ଦୀ ସେଇଠି ହିଁ ଟଳିପଡ଼ିଥିଲା  । ମାଆକୁ ମାରିଦେବା ପରେ ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଚମ୍ପଟ ମାରିଛି  । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି ।