ଜଜ ଆତ୍ମହତ୍ୟାରେ ବଡ଼ ଟୁଇଷ୍ଟ : ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ଅଭିଯୋଗ
ଜଜ ଆତ୍ମହତ୍ୟାରେ ବଡ଼ ଟୁଇଷ୍ଟ : ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ଅଭିଯୋଗ
ଭୁବନେଶ୍ୱର: କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ଗତକାଲି ଆତ୍ମହତ୍ୟା କରିଥିବା ଖବର ଆସିଥିବାବେଳେ ଆଜି ସେଥିରେ ବଡ଼ ଟୁଇଷ୍ଟ ଆସିଛି । ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୁବାସଙ୍କ ମା, ଭିଣୋଇ ଓ ସମ୍ପର୍କୀୟ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଉଭୟ ସ୍ତ୍ରୀ ଓ ଶଳା ସୁବାସଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୋ ପୁଅକୁ ମାରିଦେଇଛନ୍ତି ବୋଲି ସୁବାସଙ୍କ ମା ଅଭିଯୋଗ କରିଛନ୍ତି । ପୁଅକୁ ଘରକୁ ଛାଡ଼ୁନଥିଲେ, ମୋ ସହ କଥା କରାଇଦେଉନଥିଲେ । ବୋହୂ ଓ ତାଙ୍କ ଭାଇ ମାରିଦେଇଥିବା ସୁବାସଙ୍କ ମା’ ଅଭିଯୋଗ କରିଛନ୍ତି । ସେହିପରି ମୃତଦେହରେ କ୍ଷତ ଚିହ୍ନଥିବା କହି ସୁବାସଙ୍କ ପିଉସୀ ପୁଅ ଏହାକୁ ଯୋଜନାବଦ୍ଧ ହତ୍ୟା ଦର୍ଶାଇ ସିବିଆ ତଦନ୍ତ ଦାବି କରିଛନ୍ତି । ସେହିପରି ମୃତଦେହକୁ ଆମକୁ ଦେଖାଇଲେନି କି ଦେଖାଇଦେଲେନି ବୋଲି ସୁବାସଙ୍କ ଭିଣୋଇ କହିଛନ୍ତି ।ଏନେଇ ସେମାନେ ଆଜି ମର୍କତନଗର ଥାନାରେ ଏତଲା କରିବେ ବୋଲି କହିଛନ୍ତି ।
ପ୍ରକାଶଯେ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବାଥିଲେ। ସେ ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତିଥିଲେ। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ବିଚାରପତି ସୁବାସ କୁମାର ବିହାରୀ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଗତ ଦୁଇ ଦିନ ସେ ଛୁଟିରେ ଥିଲେ। ଶୁକ୍ରବାର ସେ କାର୍ୟ୍ୟରେ ଯୋଗ ଦେବାର ଥିଲା। ତେବେ ଶୁକ୍ରବାର ସେ ପୁଣି ଛୁଟି ନେଇଥିଲେ।
ବିଚାରପତି ସୁବାସ କୁମାର ବିହାରୀଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଶୁକ୍ରବାର କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିଚାରପତି ସୁବାସ କୁମାର ବିହାରୀ ଫ୍ୟାନ୍ରେ ରଶି ଲଗାଇ ଝୁଲିପଡ଼ିଥିଲେ। ସେତେବେଳେ ଘରେ କେହି ନଥିଲେ। ତାଙ୍କ ପତ୍ନୀ ଓ ଦୁଇ ଝିଅ ବଜାର ଯାଇଥିଲେ। ସେହିପରି ତାଙ୍କ ଅଡର୍ଲି ୧୨ଟା ବେଳେ କାମ ଶେଷ କରି ଚାଲି ଯାଇଥିଲେ। ଅଡର୍ଲି ଚାଲିଯିବା ପରେ ବିଚାରପତି ସୁବାସ କୁମାର ବିହାରୀ ଏଭଳି ପଦକ୍ଷେପ ନେଇଥିଲେ। ତାଙ୍କ ପତ୍ନୀ ଓ ଝିଅମାନେ ବଜାରରୁ ଫେରିବା ପରେ କବାଟ ବାଡ଼େଇ ଦେଇଥିଲେ। ଭିତର ପଟରୁ କୌଣସି ଉତ୍ତର ନଆସିବାରୁ ସେମାନେ ଅଡର୍ଲିଙ୍କୁ ଡକାଇଥିଲେ। ଏହା ପରେ କବାଟ ଭଙ୍ଗା ଯାଇଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ସେମାନେ ବିଚାରପତିଙ୍କୁ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କୁ ତଳକୁ ଓହ୍ଲାଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏସିପି ତାପସ ପ୍ରଧାନ କହିଥିଲେ, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଲାଗୁଛି। ତାଙ୍କ ବେକରେ ଦାଗ ଓ ଆଞ୍ଚୁଡ଼ା ଚିହ୍ନ ରହିଛି। ସାଧାରଣତଃ ଝୁଲିପଡ଼ି ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ। ତେବେ ଘଟଣାର ଅଧିକ ତଦନ୍ତ ଚାଲିଛି।
ସେ କହିଥିଲେ, ଘଟଣାସ୍ଥଳରୁ ଏକ ରଶି ମିଳିଛି। ତାକୁ ଜବତ କରାଯାଇଛି ଓ ପରୀକ୍ଷା ପାଇଁ ପଠାଯିବ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି। ତାଙ୍କ ମୃତଦେହକୁ ଯାଞ୍ଚ କରାଯାଇଛି। ଏବେ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କଲା ଭଳି ସ୍ଥିତି ନାହିଁ। ତେଣୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତଦନ୍ତ କରାଯାଉଛି। ଏସିପିଙ୍କ ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଛି। ତାଙ୍କ ପତ୍ନୀ ବାହାରକୁ ଯାଇଥିଲେ। ଅଡର୍ଲି ୧୨ଟାରେ ପଳାଇଥିଲେ। ଆଉ କିଛି କାମ ନାହିଁ କହି ଅଡର୍ଲିଙ୍କୁ ୧୨ଟା ବେଳେ ପଠାଇ ଦେଇଥିଲେ ବିଚାରପତି।




admin 