ଚିନ୍ତା ବଢ଼ାଉଛି ୪ ଜିଲ୍ଲା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଚିନ୍ତା ବଢ଼ାଉଛି ୪ ଜିଲ୍ଲା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଚିନ୍ତା ବଢ଼ାଉଛି ୪ ଜିଲ୍ଲା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଏବେବି ଚିନ୍ତାଜନକ ସ୍ଥିତିରେ ଅଛି । ଏଠାରେ ଭଦ୍ରକ ଓ ଗଞ୍ଜାମକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ୧% ଉପରେ ରହିଛି । ଫଳରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି ।  ୧୨୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣଙ୍କର ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶନିବାର ୬୯,୪୨୭ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୧୨୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଟିପିଆର୍ ୧.୭୯%ରହିଛି । ଏପରିକି ୧୮ଟି ଜିଲ୍ଲାରେ ଟିପିଆର ୧% ତଳେ ରହିଛି । ୧୨ଟି ଜିଲ୍ଲାରେ ଟିପିଆର ୧% ଉପରେ ଥିଲେ ହେଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ଟିପିଆର ୩% ଉପରେ ରହିଛି । ଜଗତସିଂହପୁରେ ଶନିବାର ୧୯୭୬ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଟିପିଆର ୪.୪୫% ରହିଛି । କଟକରେ ୫୬୭୪ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ଏଠାରୁ ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଟିପିଆର୍ ୩.୧୨% ରହିଛି । ପୁରୀରେ ୧୯୫୫ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ଏଠାରୁ ୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟିପିଆର୍ ୩.୫୩% ରହିଛି । ଖୋର୍ଦ୍ଧାରେ ୧୦୮୦୧ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ୩୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟିପିଆର୍ ୩.୬୯% ରହିଛି । ଏହାବାଦ ମୟୂରଭଞ୍ଜରେ ଟିପିଆର୍ ୧.୫%, ବାଲେଶ୍ୱରରେ ୧.୮%, ନୟାଗଡ଼ରେ ୧.୫%, ଢେଙ୍କାନାଳରେ ୨.୧%, ଯାଜପୁରରେ ୧.୪% ରହିଛି । ସବୁଠୁ କମ ଟିପିଆର କୋରାପୁଟରେ ରହିଛି । ଏଠାରେ ୧୫୯୯ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୯,୮୭,୦୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯,୬୮,୪୫୩ଜଣ ସୁସ୍ଥ ହୋଇଛନ୍ତି । ୬୪୩୫ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।