ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା
ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା
admin
Sep 5, 2019 - 06:26
Updated: Sep 5, 2019 - 06:26
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟକା ଲାଗିଛି। ସୁପ୍ରିମକୋର୍ଟରେ ତାଙ୍କର ଅଗ୍ରିମ ଜାମିନ ଯାଚିକା ଖାରଜ ହୋଇ ଯାଇଛି।
ଅଦାଲତ କହିଛନ୍ତି କି, ଅଗ୍ରିମ ଜାମିନ ଦେବାକୁ ଏହା ଉଚିତ୍ କେସ୍ ନୁହେଁ। ଆର୍ଥିକ ଅପରାଧର ଅଲଗା ଅଲଗା ସ୍ତର ରହିଛି। ତେଣୁ ଏହାକୁ ଅଲଗା ଦୃଷ୍ଟିକୋଣରେ ଦେଖିବା ଉଚିତ୍। ଇଡି ଚିଦାମ୍ବରମଙ୍କ ବିରୋଧରେ ଯେଉଁ ଦସ୍ତାବିଜ ହାସଲ କରିଛି ତାହା ଚିଦାମ୍ବରମଙ୍କୁ ଦେଖାଇବା ଆବଶ୍ୟକତା ନାହିଁ। ଧାରା ୩୨ ଆଧାରରେ ଅଗ୍ରିମ ଜାମିନ କୌଣସୀ ବ୍ୟକ୍ତିର ମୌଳିକ ଅଧୀକାର ନୁହେଁ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଜାମିନ ମିଳିବା ଉପରେ ରହିତାଦେଶ ଜାରି କରିଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟର ରାୟ ଉପରେ ଶୁଣାଣୀ କରିଛନ୍ତି ।
ମଙ୍ଗଳବାର ଦିଲ୍ଲୀର ଏକ ତଳ କୋର୍ଟ ଆଇଏନ୍ଏକ୍ସ ମିଡିଆ କେସ୍ରେ ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧିକୁ ଆହୁରି ଦୁଇ ଦିନ ପର୍ୟ୍ୟନ୍ତ ବଢ଼ାଇ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ୫ ସେପ୍ଟେମ୍ବର ଯାଏଁ ହେପାଜତରେ ନେବାକୁ ସିବିଆଇ ଆଦେଶ ଦେଇଥିଲେ । ଏ ନେଇ ସଲିସିଟର୍ ଜେନାରାଲ ତୁଷାର ମେହେତା ଓ ଚିଦାମ୍ବରମଙ୍କ ଓକିଲ ନ୍ୟାୟାଧୀଶଙ୍କୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶକୁ ଅବଗତ କରାଇଥିଲେ । ସୁପ୍ରିମକୋର୍ଟ ଗୋଟିଏ ଦିନରେ ଦୁଇଟି ଆଦେଶ ଦେଇଥିଲେ ଯେ ତାଙ୍କୁ ଗୁରୁବାର ପର୍ୟ୍ୟନ୍ତ ସିବିଆଇ ନିଜ ହେପାଜତରେ ରଖିପାରିବ । ଏହା ପରେ ମାମଲାର ଶୁଣାଣୀ କରୁଥିବା ବିଚାରପତି ଅଜୟ କୁମାର ଗୁରୁବାର ଯାଏଁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।