ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମା ୨୩ ଯାଏ ବୃଦ୍ଧି
ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମା ୨୩ ଯାଏ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମାକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ପଞ୍ଜୀକରଣ ଶେଷ ତାରିଖ ଅଗଷ୍ଟ ୧୬ ତାରିଖ ଥିଲା । ଖାଦ୍ୟ ଯୋଗାଣ ଓ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଦେ୍ର୍ଧଶ କ୍ରମେ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି । ଏ ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି । ସମ୍ପୃକ୍ତ ପ୍ୟାକସ, ମହିଳା ସଂଘ, ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସମ୍ପର୍କରେ ଅବଗତ କରିବା ପାଇଁ ଜିଲ୍ଲାପାଳ ଓ ସମୟବାୟ ସମିତି ସମୂହର ରେଜିଷ୍ଟାରଙ୍କୁ ନିଦେ୍ର୍ଧଶ ରହିଛି । ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ସୋସାଇଟିରେ ସେମାନଙ୍କ ନାମ ପଞ୍ଜୀକରଣ କରିନାହାନ୍ତି, ତୁରନ୍ତ ଆବଶ୍ୟକ ଦସ୍ତାବିଜ ନେଇ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ସେପଟେ ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ଧାନ ସଂଗ୍ରହ ନିମନ୍ତେ ପଞ୍ଜୀକରଣ କରିସାରିଛନ୍ତି । ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ ଜିଲ୍ଲାର ୨୮୮୧ ସୋସାଇଟିରେ ଖରିଫ ଧାନ ସଂଗ୍ରହ ନିମନ୍ତେ ନାମ ପଞ୍ଜୀକରଣ କରାଯାଉଛି ।




admin 