ଚଳିବନି ପୁରୁଣା ନମ୍ବର ପ୍ଲେଟ

ଚଳିବନି ପୁରୁଣା ନମ୍ବର ପ୍ଲେଟ

ଚଳିବନି ପୁରୁଣା ନମ୍ବର ପ୍ଲେଟ
ଭୁବନେଶ୍ୱର: ଏଣିକି ଗାଡିରେ ଚଳିବନି ପୁରୁଣା ନମ୍ବର ପ୍ଲେଟ । ପୁରୁଣା ଗାଡି ଗୁଡକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯାଇଛି । ୨୦୧୯ ଏପ୍ରିଲ ୧ ତାରିଖ ପରେ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ବ୍ୟବହାର ହେଉଥିବାବେଳେ, ୨୦୧୯ ପୂର୍ବରୁ ପଞ୍ଜୀକୃତ ଗାଡିରେ ଆଉ ଚଳିବନି ପୁରୁଣା ନମ୍ବର ପ୍ଲେଟ । ନୂଆ ନମ୍ବର ପ୍ଲେଟ ବ୍ୟବହାର କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି । ଅସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ଏହି ନୂଆ ନମ୍ବର ପ୍ଲେଟ ଲଗାଇବା ପାଇଁ କଡା ନିଦେ୍ର୍ଧଶ ରହିଛି । ଏହାକୁ ନମାନିଲେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହି ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ଓଡିଶା ଲାଗି ୪ଟି ସ୍ୱିକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରଖାଯାଇଛି । ଏନେଇ ରାଜ୍ୟ ପରିବହନ ଟେକ୍ନିକାଲ ଯୁଗ୍ମ କମିଶନର ଦିପ୍ତୀରଂଜନ ପାତ୍ର କହିଛନ୍ତି , ଯେହେତୁ ଗାଡି ନମ୍ବରରୁ ହିଁ ତା’ ବୈଶିଷ୍ଟ୍ୟ ଜଣାପଡେ । ଏହି ହାଇସିକୁ୍ୟରିଟି ନମ୍ବର ପ୍ଲେଟ ଥରେ ଗାଡିରେ ଲାଗିଲା ପରେ, ଯାନର ମାଲିକ ଚାହିଁଲେ, ଆଉ ଥରେ ଖୋଲିକି ଆଣିପାରିବେ ନାହିଁ । ଏହାକୁ ଇ-ରିଭର୍ସେବୁଲ୍ ପ୍ରୋସେସରେ ସ୍ନାପ୍ ଲକ ଦ୍ୱାରା ଏହା ଫିଟିଂ କରାଯିବ । ଥରେ ଫିଟିଂ ହେଲା ପରେ ମାଲିକ ଚାହିଁଲେ ବି ଖୋଲିପାରିବେ ନାହିଁ । ଏହା ସହିତ ଏ ନମ୍ବର ପ୍ଲେଟଟି ଏକ ୟୁନିଫର୍ମ ପାଟର୍ନରେ ରହିବ । ସୁବୁଠୁ ବଡ କଥା ହେଉଛି, ସେଥିରେ ଏକ ଲେଜର କୋର୍ଡ ରହିଛି । ତାହା ପ୍ରତ୍ୟେକ୍ କୋର୍ଡ ପାଇଁ ଅଲଗା ଅଲଗା ରହିଛି । ଏହାଦ୍ୱାରା ଗାଡି ଚୋରୀରୁ ରୋକାଯାଇ ପାରିବ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଗାଡିକୁ ଟ୍ରାକ୍ କରାଯାଇପାରିବ।