ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ ଉତ୍ତୀର୍ଣ୍ଣ

ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ ଉତ୍ତୀର୍ଣ୍ଣ

ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର: ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢ଼ୁଛନ୍ତି । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଅାଁର ଦାନ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ଏହି ଘଟଣା କିସ ଓ କିଟ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ତାନଙ୍କ ଝିଅ ମାଟି୍ରକ ପାଶ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଫଳାଫଳ ନେଇ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦ୍ୟମ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।