ଗ୍ରାମାଞ୍ଚଳର ଗରିବ, ରୋଗୀ, ଅସହାୟଙ୍କୁ ମାଗଣା ଖାଦ୍ୟ ମୁଣ୍ଡପିଛା ଖର୍ଚ୍ଚ ହେବ ୩୦ ଟଙ୍କା ଆଜିଠୁ ଏପି୍ରଲ ୧୪ ଯାଏ ଦିଆଯିବ ଖାଦ୍ୟ, ଏସଏଚଜି ରାନ୍ଧିବେ, ପଞ୍ଚାୟତ ବାଣ୍ଟିବ
ଗ୍ରାମାଞ୍ଚଳର ଗରିବ, ରୋଗୀ, ଅସହାୟଙ୍କୁ ମାଗଣା ଖାଦ୍ୟ ମୁଣ୍ଡପିଛା ଖର୍ଚ୍ଚ ହେବ ୩୦ ଟଙ୍କା ଆଜିଠୁ ଏପି୍ରଲ ୧୪ ଯାଏ ଦିଆଯିବ ଖାଦ୍ୟ, ଏସଏଚଜି ରାନ୍ଧିବେ, ପଞ୍ଚାୟତ ବାଣ୍ଟିବ
admin
Mar 29, 2020 - 07:33
Updated: Mar 29, 2020 - 07:33
ଭୁବନେଶ୍ୱର: ଗାଁ ଗଣ୍ଡାରେ ରହୁଥିବା ଗରିବ, ରୋଗାକ୍ରାନ୍ତ ଓ ଅସହାୟ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେମିତି ଏହାକୁ ପରିଚାଳନା କରାଯିବ ସେ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିୟମାବଳୀ ଜାରି କରିଛନ୍ତି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ରବିବାରଠାରୁ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ବିଡିଓମାନେ ଗ୍ରାମ ପଞ୍ଚାୟତ ଦ୍ୱାରା ଏହି ରନ୍ଧା ଖାଦ୍ୟ ବଣ୍ଟା ଜାରି ରଖିବାକୁ କୁହାଯାଇଛି । ଏ ନେଇ ବିଡିଓମାନେ ପଞ୍ଚାୟତ ଗରିବ, ଅସହାୟ ଓ ରୋଗୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରତି ପଞ୍ଚାୟତରୁ ବିଡିଓମାନେ ଏଭଳି ୧୦୦ ଜଣ ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ । ଯଦି କୌଣସି ପଞ୍ଚାୟତରେ ଏହି ତାଲିକା ୧୦୦ ରୁ ଅଧିକ ହେଲେ ଏଥିପାଇଁ ଅନୁମତି ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ । ଏହି ଗରମ ରନ୍ଧା ଖାଦ୍ୟ ପ୍ରସ୍ତୁତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନିୟୋଜିତ ହେବେ । ସମ୍ପୂର୍ଣ୍ଣ ସ୍ୱଚ୍ଛ ଉପାୟରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାକୁ କୁହାଯାଇଛି । ସମ୍ପୃକ୍ତ ବିଡିଓ ଏବଂ ପଞ୍ଚାୟତ ଏହାକୁ ଅନୁଧ୍ୟାନ କରିବେ ।
ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ଜଣଙ୍କ ମୁଣ୍ଡପିଛା ୩୦ ଟଙ୍କା ଖର୍ଚ୍ଚ କରାଯିବ । ୨୯ ତାରିଖରୁ ଆସନ୍ତା ଏପି୍ରଲ ୧୪ ଯାଏଁ ରନ୍ଧା ଖାଦ୍ୟ ଯୋଗାଇବା ଜାରି ରହିବ । ଗୋଟିଏ ସ୍ଥାନରେ ସମସ୍ତଙ୍କୁ ଖାଇବାକୁ ଦେବା ମନା କରାଯାଇଛି । ଖାଦ୍ୟ ପ୍ରସ୍ତୁତିରୁ ନେଇ ଯୋଗାଣ ସମୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଯୋଗାଇ ଦିଆଯିବ । ଯଦି ଅଧିକ ଅର୍ଥ ଆବଶ୍ୟକ ହେବ, ଏହାକୁ ଜିଲ୍ଲାପାଳ ଓ ବିଡିଓମାନେ ଅନ୍ୟ ଯୋଜନାରୁ ଖର୍ଚ୍ଚ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶ ଦେଇଛନ୍ତି ।