ଗୁରୁବାର ପୌର ନିର୍ବାଚନ, ବିଏମସିରେ ୭୦୫ ବୁଥ୍

ଗୁରୁବାର ପୌର ନିର୍ବାଚନ, ବିଏମସିରେ ୭୦୫ ବୁଥ୍

ଗୁରୁବାର ପୌର ନିର୍ବାଚନ, ବିଏମସିରେ ୭୦୫ ବୁଥ୍

ଭୁବନେଶ୍ୱର: ବିଏମସି ନିର୍ବାଚନ ପାଇଁ ଉଭୟ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଗତକାଲି ଶେଷ ହୋଇଛି ।  ଏହା ଭିତରେ ମତଦାନ ନିମନ୍ତେ କାର୍ୟ୍ୟ ତ୍ୱରାନ୍ୱିତ କରାଯାଇଛି । ମୋଟ ୬୭ ୱାର୍ଡ ପାଇଁ  ୭୦୫ ବୁଥ୍ କରାଯାଇଥିବାବେଳେ ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଧିକାରୀ ଓ ୪ ପୁଲିଂ ଅଧିକାରୀ ନିୟୋଜିତ ରହିବେ । ଏନେଇ  ମୋଟ ୩୮୦୦ ଅଧିକାରୀ ମତଦାନ  ପରିଚାଳନାରେ ସହଯୋଗ କରିବେ । ଏହାସହିତ ପ୍ରତି ବୁଥରେ ଜଣେ ଲେଖାଏଁ ପୁଲିସ୍ ଅଧିକାରୀ ନିୟୋଜିତ ରହିବେ । ୧୨୮ଟି କ୍ଲଷ୍ଟର ରହିଥିବାବେଳେ ଏଠାରେ ପୁଲିସ୍ ଅଧିକାରୀ ତଦାରଖ କରିବେ । 

ସୁରକ୍ଷା ଦୃଷ୍ଟିରୁ ୫୫ଟି ମୋବାଇଲ ଭ୍ୟାନ୍ ପଇଁତରା ମାରିବ ।  ଆଜି ସକାଳ ୭ରୁ ଷ୍ଟ୍ରଙ୍ଗରୁମରୁ ଇଭିଏମ୍ ଏବଂ ଆନୁଷଙ୍ଗିକ ଆସବାବପତ୍ର ବୁଥକୁ ଦିଆଯାଉଛି । ଏଥିନିମନ୍ତେ ବିଜେବି ମହାବିଦ୍ୟାଳୟ ପଡିଆରେ ୩୩ଟି କେନ୍ଦ୍ର କରାଯାଇଛି । 

ପ୍ରତି ଦୁଇ ବୁଥ୍ ପାଇଁ ଗୋଟିଏ ଲେଖାଏଁ କେନ୍ଦ୍ର କରାଯାଇଛି । ମୋଟ୍ ୩୩୬ ଗାଡି ରଖାଯାଇଛି, ଯେଉଁଥିରେ ଅଧିକାରୀମାନେ ବୁଥକୁ ଯିବେ । ସନ୍ଧ୍ୟା ସୁଦ୍ଧା ଇଭିଏମ୍ ଏବଂ ପରିଚାଳନା ଅଧିକାରୀ ବୁଥରେ ପହଞ୍ଚିବେ ।  ଇଭିଏମ୍ ପ୍ରଦାନ ସହିତ ଏହାର ଟ୍ୟାଗିଂ ଓ ଅନ୍ୟାନ୍ୟ କାର୍ୟ୍ୟର ସୁପରିଚାଳନା ନିମନ୍ତେ ପ୍ରାୟ ୨୫୦ କର୍ମଚାରୀ ୩୩କେନ୍ଦ୍ରରେ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି ।