ଗୁଜୁରାଟ୍ ଆପ୍‌କୁ ଝଟକା, ବିଜେପିରେ ମିଶିଲେ ୧୫୦ ନେତା

ଗୁଜୁରାଟ୍ ଆପ୍‌କୁ ଝଟକା, ବିଜେପିରେ ମିଶିଲେ ୧୫୦ ନେତା

ଗୁଜୁରାଟ୍ ଆପ୍‌କୁ ଝଟକା, ବିଜେପିରେ ମିଶିଲେ ୧୫୦ ନେତା

ଅହମ୍ମଦାବାଦ: ପଞ୍ଜାବରେ ସଫଳତା ପରେ ଗୁଜୁରାଟ ଉପରେ ନଜର ପକାଇଛି ଆମ୍ ଆଦମୀ ପାର୍ଟି। ପାର୍ଟିର ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିକଟରେ ଗୁଜୁରାଟ ଯାଇ ବଡ଼ ଶୋଭାଯାତ୍ରା କରିଛନ୍ତି। ହେଲେ ସେଠାରୁ ଫେରିବା ପରେ ଦଳକୁ ଲାଗିଛି ବଡ଼ ଝଟ୍କା।  ଦଳର ପ୍ରାୟ ୧୫୦ ଜଣ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେବଳ ଆପ ନୁହେଁ ବରଂ ଏହି ସମୟ ମଧ୍ୟରେ କଂଗ୍ରେସ ମଧ୍ୟ କ୍ଷତି ସହିଛି। ଦଳର ଅନେକ ସଦସ୍ୟ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗୁଜୁରାଟ ଗସ୍ତ ସାରି ଫେରୁଫେରୁ ଏତେ ସଂଖ୍ୟକ ଆପ ନେତା ନିଜ ଦଳ ବଦଳାଇ ଦେଇଛନ୍ତି। ଏହାକୁ ନେଇ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପସିଂହ ବାଘେଲା କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଘରେ ନ ପହଞ୍ଚୁଣୁ ତାଙ୍କ ଦଳର ଅନେକ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ଗୁଜୁରାଟର ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ। ତାଙ୍କର ଗୁଜୁରାଟ ଗସ୍ତର କୌଣସି ଅର୍ଥ ନାହିଁ। ଗୁଜୁରାଟବାସୀଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି। ନୂତନ ନେତାମାନଙ୍କୁ ଦଳକୁ ସ୍ୱାଗତ କରି ବାଘେଲା କହିଛନ୍ତି, ଆଜି ଆପଣ ଆପ ଏବଂ କଂଗ୍ରେସ ଛାଡିଛନ୍ତି। ସେମାନେ କହିବେ ଯେ ତୁମେମାନେ ଅଦରକାରୀ ଥିଲ ଜ୍ଝ କିନ୍ତୁ, ମୁଁ କହିବାକୁ ଚାହେଁ ଗୁଜୁରାଟର ବିକାଶ ପାଇଁ ଆପଣମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜ୍ଝ

ସୂଚନା ଥାଉ କି ଦୁଇ ଦିନ ତଳେ ଗୁଜୁରାଟ ଗସ୍ତରେ ଯାଇ କେଜ୍ରିୱାଲ ଏବଂ ମାନ ରୋଡ ସୋରେ ଭାଗ ନେଇଥିଲେ। ଏହା ସହିତ ଦୁହେଁ ସାବରମତୀ ଆଶ୍ରମ ପରିସରସ୍ଥିତ ମହାତ୍ମା ଗାନ୍ଧୀ ରହୁଥିବା ସ୍ଥାନ ‘ହୃଦୟକୁଞ୍ଜ’କୁ ମଧ୍ୟ ଯାଇଥିଲେ ଜ୍ଝ ଏହା ବ୍ୟତୀତ କେଜ୍ରିୱାଲ ଦଳର କର୍ମୀ ଏବଂ ଅନ୍ୟ ନେତାଙ୍କ ସହ ବୈଠକ କରିଥିଲେ। ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଉଦ୍ୟମ କରିବା ଲାଗି ଦୁହେଁ ଅହମ୍ମଦାବାଦ ଯାଇଥିବା ଚର୍ଚ୍ଚା ହୋଇଥିଲା ଜ୍ଝ