ଗତକାଲି ପବିତ୍ର ଅକ୍ଷୟତୃତୀୟା ଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଛି

ଗତକାଲି ପବିତ୍ର ଅକ୍ଷୟତୃତୀୟା ଠାରୁ ମହାପ୍ରଭୁଙ୍କ  ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଛି

ଗତକାଲି ପବିତ୍ର ଅକ୍ଷୟତୃତୀୟା ଠାରୁ ମହାପ୍ରଭୁଙ୍କ  ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଛି  

ଶ୍ରୀମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା  ଓ ପରବର୍ତ୍ତୀ ୨୧ଦିନ  ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା  ପାଳିତ ହୋଇଥାଏ । ଏହି କ୍ରମରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚମହାଦେବ । ସେପଟେ ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l

ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ମଣିଷ ପରି ଶୀତଳ ଉପଚାରରେ ଏହି 42 ଦିନ ରହିବେ। ଗତକାଲି ଶ୍ରୀମନ୍ଦିରରୁ ଠାକୁର ମାନେ ସୁସଜିତ ମଣି ବିମାନରେ ଏକ ବିରାଟ ପଟୁଆରେ ବାହାରି ନରେନ୍ଦ୍ର ପୁଷ୍କରିଣୀରେ ପହଂଚି ବା ପରେ ସେଠାରେ ସୁସଜିତ ହୋଇ ରହିଥିବା ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିଥିଲେ | ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହ ଶ୍ରୀକ୍ଷେତ୍ରରେ ଥିବା ବାବା ଲୋକନାଥ, ଜମ୍ବେଶ୍ୱର ମହାଦେବ, ମାର୍କଣ୍ଡେୟ ମହାଦେବ, ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଓ କପାଳମୋଚନ ମହାଦେବ ମଧ୍ୟ ନୌକାବିହାର କରିଥିଲେ | ସେଠାରୁ ଫେରିବା ପରେ ଚନ୍ଦନ ଚକଡାରେ ଜଳକ୍ରୀଡା କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିଥିଲେ |