କ୍ୱାଲିଫାୟର-୧ : ଦିଲ୍ଲୀ ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ

କ୍ୱାଲିଫାୟର-୧ : ଦିଲ୍ଲୀ ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ

କ୍ୱାଲିଫାୟର-୧ : ଦିଲ୍ଲୀ ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ
ଦୁବାଇ : ଆଇପିଏଲ ୨୦୨୦ର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ ସମ୍ମୁରେ ୨୦୧ ରନର ବିଜୟ ଲକ୍ଷ୍ୟ ରହିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ୫ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ ମଧ୍ୟ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ୨୦୦ ରନ ସଂଗ୍ରହ କରିଥିଲା । ସୂର୍ଯ୍ୟ ନିଜର ଚମକ୍ରାର ଫର୍ମ ବଜାୟ ରଖି ୩୮ଟି ବଲରୁ ୬ ଚୌକା ଏବଂ ଦୁଇ ଛକ୍କା ସହାୟତାରେ ୫୧ ରନ ସଂଗ୍ରହ କରିଥିଲେ । ଇଶାନ କିଶନ ୩୦ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଏବଂ ୩ ଛକ୍କା ସହାୟତାରେ ୫୫ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡିକକ ୪୦ ରନ୍ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୪ଟି ବଲରୁ ୩୭ ରନ ସଂଗ୍ରହ କରିଥିଲା । ୧୪ ଟି ବଲର ସମ୍ମୁଖୀନ ହୋଇ ପାଣ୍ଡ୍ୟା ୫ ଛକ୍କା ସହାୟତାରେ ୩୭ ରନ ସଂଗ୍ରହ କରିଥିଲେ । ଦିଲ୍ଲୀ ପକ୍ଷରୁ ଅଶ୍ୱିନ ୨୯ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ ସମସ୍ତ ବୋଲର ବିଫଳ ହୋଇଥିଲେ ।