କ୍ୟାରିବ୍ୟାଗ୍ ପାଇଁ ଅତିରିକ୍ତ ଅର୍ଥ ନେଇପାରିବେନି ଦୋକାନୀ
କ୍ୟାରିବ୍ୟାଗ୍ ପାଇଁ ଅତିରିକ୍ତ ଅର୍ଥ ନେଇପାରିବେନି ଦୋକାନୀ
admin
Dec 2, 2019 - 11:00
Updated: Dec 2, 2019 - 11:00
ଚଣ୍ଡିଗଡ଼: ଏଣିକି କ୍ୟାରିବ୍ୟାଗ୍ ପାଇଁ ଗ୍ରାହକଙ୍କ ଠାରୁ ଅର୍ଥ ନେଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଦେବାକୁ ପଡ଼ିବାରେ ମୋଟା ଅଙ୍କର ଜରିମାନା । ଯଦି କୌଣସି ଦୋକାନୀ ବ୍ୟାଗ୍ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ମାଗନ୍ତି ତେବେ ଏଥିପାଇଁ ଦେବାକୁ ପଡ଼ିପାରେ ଜରିମାନା । ଏଭଳି ଏକ ଘଟଣା ଘଟିଛି ହରିୟାଣାରେ, ଯେଉଁଥିରେ ଗ୍ରାହକଙ୍କ ଠାରୁ କ୍ୟାରିବ୍ୟାଗ ପାଇଁ ଚାର୍ଜ କରି ଷ୍ଟୋର କର୍ତ୍ତୃପକ୍ଷ ଦେଇଛନ୍ତ ୧୧,୫୦୦ ଟଙ୍କା ଜରିମାନା । ପଞ୍ଚକୁଲାସ୍ଥିତ ଜିଲା ଉପଭୋକ୍ତା ବିବାଦ ନିବାରଣ ଫୋରମ ଗ୍ରାହକଙ୍କ ଠାରୁ ବ୍ୟାଗ ବାବଦକୁ ୧୮ ଟଙ୍କା ନେବା ଅଭିଯୋଗରେ ଏକ ଷ୍ଟୋରବିରୋଧରେ ୧୦,୦୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି । ପଞ୍ଚକୁଳାର ସୋମାଶୁଂ ଶର୍ମା ନାମକ ଜଣେ ଗ୍ରାହକ ଚଳିତ ବର୍ଷ ମାର୍ଚ୍ଚ ମାସରେ କିଛି ଜିନିଷ କିଣିଥିଲେ ଆଉ ଏହି ସମୟରେ ବିଲିଂ କାଉଣ୍ଟର କର୍ମଚାରୀ ବ୍ୟାଗ ପାଇଁ ତାଙ୍କୁ ଅତିରିକ୍ତ ୧୮ ଟଙ୍କା ଦେବାକୁ କହିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଗ୍ରାହକ ଜଣକ ଏ ସମ୍ପର୍କରେ ଖାଉଟି ଫୋରମର ଦ୍ୱାରସ୍ଥ ହୋଇଥିଲେ ।
ତେବେ ଫୋରମ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ଏବଂ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଶୁଣାଇଚନ୍ତି । ଷ୍ଟୋରକୁ ୧୦,୦୦୦ ଟଙ୍କା କନଜୁ୍ୟମର ଲିଗାଲ ଏଡ ଆକାଉଣ୍ଟରେ ଜମା କରାଇବା ସହ ମକଦ୍ଧମା ଖର୍ଚ୍ଚ ବାବଦକୁ ଅଭିଯୋଗକାରୀଙ୍କୁ ୫୦୦ ଟଙ୍କା ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହିତ ଅଭିଯୋଗକାରୀଙ୍କୁ ମାନସିକ ଉପôୀଡ଼ନ ପାଇଁ ୧୦୦୦ ଟଙ୍କା ଓ କ୍ୟାରିବ୍ୟାଗ୍ ପାଇଁ ନେଇଥିବା ୧୮ ଟଙ୍କା ମଧ୍ୟ ଫେରସ୍ତ କରିବାକୁ କହିଛନ୍ତି ।