କେ ଏଲ୍ଙ୍କୁ ବାହା ହେବେ ଆଥିଆ
କେ ଏଲ୍ଙ୍କୁ ବାହା ହେବେ ଆଥିଆ
ମୁମ୍ବାଇ: ଆଥିଆ ସେଟ୍ଟି। ବଲିଉଡ୍ର ବରିଷ୍ଠ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିଆ। ଆଥିଆ କେ ଲେ୍ ରାହୁଲଙ୍କୁ ବାହା ହେବେ। କ୍ରିକେଟର୍ କେଏଲ୍ ରାହୁଲଙ୍କ ହାତ ଧରିବେ ଅଭିନେତ୍ରୀ ଆଥିଆ। ଏଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଖୁବଶୀଘ୍ର ଦୁହେଁ ବିବାହ କରିବେ।
ମିଡିଆ ରିପୋର୍ଟ ମୁତାବକ, ଆଥିଆ ଓ ରାହୁଲ ଏବେ ବିବାହ କରିବାକୁ ପୂରାପୁରି ପ୍ରସ୍ତୁତ ଅଛନ୍ତି। ଖୁବଶୀଘ୍ର ଦୁହେଁ ବର-କନ୍ୟା ସାଜିବେ। ଆଥିଆ ଓ କେଏଲ୍ ରାହୁଲ ଗତ ୩ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି। ଆସନ୍ତା ୩ ମାସ ଭିତରେ ଦୁହେଁ ବିବାହ କରିପାରନ୍ତି। ଏଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି ବୋଲି ଆଥିଆଙ୍କ ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି।
ରାହୁଲଙ୍କ ପରିବାର ଲୋକେ ନିକଟରେ ମୁମ୍ବାଇରେ ଆଥିଆଙ୍କ ପରିବାର ସହ ଭେଟିଛନ୍ତି। ଆଥିଆ ଓ ରାହୁଲ ନିଜ ପରିବାର ସହ ନୂଆ ଘରକୁ ଦେଖିବା ପାଇଁ ମଧ୍ୟ ଯାଇଥିଲେ, ଯେଉଁଠି ବିବାହ ପରେ ଉଭୟ ସିଫ୍ଟ ହେବେ। ମୁମ୍ବାଇରେ ଏହି ଦୁଇ ଷ୍ଟାର କପଲ୍ଙ୍କ ଏହି ଗ୍ରାଣ୍ଡ ବିବାହ ହେବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଏହାପୂର୍ବରୁ ଆଥିଆ ଓ ରାହୁଲ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଥିଲା।




admin 