କୋହଲି କ୍ୟାପଟେନ୍‌ ପଦ ଛାଡ଼ିବା ନେଇ ଏମିତି କହିଲେ ସୋଏବ୍

କୋହଲି କ୍ୟାପଟେନ୍‌ ପଦ ଛାଡ଼ିବା ନେଇ ଏମିତି କହିଲେ ସୋଏବ୍

କୋହଲି କ୍ୟାପଟେନ୍‌ ପଦ ଛାଡ଼ିବା ନେଇ ଏମିତି କହିଲେ ସୋଏବ୍

ନୂଆଦିଲ୍ଲୀ: ପାକିସ୍ତାନର ଅନ୍ୟତମ ଜଣାଶୁଣା ବୋଲର ସୋଏବ ଅଖତର ବିରାଟ କୋହଲିଙ୍କ କ୍ୟାପଟେନ୍‌ ପଦ ଛାଡ଼ିବା ଘଟଣାକୁ ସହଜରେ ଗ୍ରହଣକରିପାରି ନାହାନ୍ତି। ଏବେ ଲିଜେଣ୍ଡସ ଲିଗ୍ କ୍ରିକେଟ୍ରେ ଭାଗ ନେଇଥିବା ଅଖତର କହିଛନ୍ତି ଯେ କୋହଲିଙ୍କୁ ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଛି।

ସେ କହିଛନ୍ତି, କୋହଲି ଅଧିନାୟକ ପଦ ଛାଡ଼ି ନାହାନ୍ତି। ତାଙ୍କୁ ସେମିତି କରିବାକୁ ବାଧ୍ୟ କରାଯାଇଛି। ଏବେ ତାଙ୍କର ସମୟ ଭଲ ଚାଲି ନାହିଁ। କିନ୍ତୁ ତାଙ୍କୁ ପ୍ରମାଣ କରିବାକୁ ପଡ଼ିବ ଯେ ସେ କ’ଣ? ସେ ଜଣେ ବହୁତ ବଢ଼ିଆ ଖେଳାଳି। ତା’ସହିତ ଜଣେ ଭଲ ବ୍ୟକ୍ତି ମଧ୍ୟ। ସେ ବର୍ତ୍ତମାନ ଅଧିକ କିଛି ଚେଷ୍ଟା କରିବା କଥା ନୁହେଁ। ସେ କେବଳ କ୍ରିକେଟ୍ ଖେଳିବା ଉଚିତ୍। ସେ ଜଣେ ବଢ଼ିଆ ବ୍ୟାଟ୍ସମ୍ୟାନ ଓ ବିଶ୍ୱରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସେ ବହୁତ କିଛି ସଫଳତା ହାସଲ କରିଛନ୍ତି।

ଅଖତର କହିଛନ୍ତି, ବିରାଟ କୋହଲି ଜଣେ ବଡ଼ ବ୍ୟକ୍ତିତ୍ୱ। ତେଣୁ ତାଙ୍କ ସମସ୍ୟା ବି ବଡ଼। କିନ୍ତୁ ସେ ଏବେ ଏ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ। ସେ ସମସ୍ତଙ୍କୁ କ୍ଷମା କରି ଆଗକୁ ବଢ଼ିବା ଉଚିତ୍।

ଅଖତର ଆହୁରି କହିଛନ୍ତି ଯେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମେଲବର୍ଣ୍ଣରେ ପାକିସ୍ତାନ ପୁଣି ଭାରତକୁ ହରାଇବ। ଟି-ଟ୍ୱେଣ୍ଟିରେ ଭାରତ ଅପେକ୍ଷା ପାକିସ୍ତାନ ଭଲ ଖେଳୁଛି। ପାକିସ୍ତାନ ବିରୋଧରେ ଖେଳିବା ବେଳେ ଭାରତୀୟ ଗଣମାଧ୍ୟମ ଅନାବଶ୍ୟକ ଭାବେ ଟିମ୍ ଇଣ୍ଡିଆ ଉପରେ ଚାପ ପକାଉଛି।