କୋଟିଏ ଟଙ୍କାର ଗଞ୍ଜେଇ ଜବତ, ସରପଞ୍ଚ ସମେତ ୩ ଗିରଫ

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ସରପଞ୍ଚ ସମେତ ୩ ଗିରଫ

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ସରପଞ୍ଚ ସମେତ ୩ ଗିରଫ

ନନ୍ଦପୁର: ଜବତ ହୋଇଛି କୋଟିଏ ଟଙ୍କାର ଗଞ୍ଜେଇ। ଏହି ଘଟଣାରେ ଗିରଫ ହୋଇଛନ୍ତି ନବନିର୍ବାଚିତ ସରପଞ୍ଚ। ଫିଲ୍ମ ‘ପୁଷ୍ପା ଷ୍ଟାଇଲରେ ହେଉଥିଲା ଚୋଲାଣ। ଏହି ମାମଲାରେ ଟ୍ରକ୍ ଡ୍ରାଇଭର ସମତେ ତିନି ଜଣଙ୍କୁ ଗିରଫ କରିଛି ଆନ୍ଧ୍ରପ୍ରଦେଶ ପୁଲିସ।

ସୂଚନାଯୋଗ୍ୟ ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା  ଡୁମ୍ବୁରିଗୁଡା ଥାନା ଅନ୍ତର୍ଗତ ଆରକୁ ପୁଲିସ ଗତକାଲି ମଧ୍ୟ ରାତ୍ରିରେ ଆରୁକୁ ପାଡେରୁ ଛକଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ କାବୁ କରିବା ସହ ଏଥିରେ ସାମିଲ ଥିବା  ଡ୍ରାଇଭର ସମେତ ତିନି ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହି ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣଙ୍କ ନନ୍ଦପୁର ବ୍ଲକ  ଗୋଲୁରୁ ଗ୍ରାମ ପଞ୍ଚାୟତର ନବ ନିର୍ବାଚତି ସରପଞ୍ଚ ସୁବାସ ଚନ୍ଦ୍ର ପାଙ୍ଗୀ ରହିଥିବା ଆନ୍ଧ୍ରପ୍ରଦେଶ ପୁଲିସର ସୂଚନାରୁ ଜଣାପଡ଼ିଛି। ତେବେ ପୁଲିସକୁ ଚକମା ଦେଇ ଟ୍ରକ ମାଲିକ ଫେରାର ହୋଇଯାଇଥିବା କୁହାଯାଉଛି।

ପ୍ରାୟ ୬୮୦ କେଜି ଗଞ୍ଜେଇ ଯାହାର ବଜାର ମୂଲ୍ୟ ଆନୁମାନିକ ଏକ  କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ସୁବାସ ଚନ୍ଦ୍ର ପାଙ୍ଗିଙ୍କ ନାମରେ ପାଡୁଆ ଥାନାରେ ଆଗରୁ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ମାମଲା ଥିବା ସୂଚନା ମିଳିଛି। ତେବେ ଗଞ୍ଜେଇ ଚୋରା ଚାଲାଣ କାରବାରରେ ଲୋକ ପ୍ରତିନିଧିମାନଙ୍କ ଲିଙ୍କ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।