କେନାଲରେ ୩ଜଣ ନିଖୋଜ ଘଟଣା: ମିଳିଲା ମୃତଦେହ
କେନାଲରେ ୩ଜଣ ନିଖୋଜ ଘଟଣା: ମିଳିଲା ମୃତଦେହ
ଚୌଦ୍ୱାର: କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ଭାସିଯିବା ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର ଚାଉଳିଆ ଗଞ୍ଜରେ ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳର ବୋଲି ଜଣାଯାଇଛି। ଏବେ ବି ନିଲୁ ସାହୁଙ୍କର କୌଣସି ପତ୍ତା ମିଳିନାହିଁ।
ଚୌଦ୍ୱାରରେ ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ। ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ। ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ଖୋଜାଖୋଜି କରିବା ପରେ ଆଜି ତ୍ରିଲୋଚନ ଓ ବାଦଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ନିଲୁ ଏବେ ବି ନିଖୋଜ ଅଛନ୍ତି। ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।




admin 