କାଲିଠୁ ପଥୋତ୍ସବ
କାଲିଠୁ ପଥୋତ୍ସବ
ଭୁବେନଶ୍ୱର : ଆସନ୍ତକାଲିଠୁ ଆରମ୍ଭ ହେବ ହେବ ପଥୋତ୍ସବ । ଏଥିପାଇଁ ବିଏମସିର ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଜନପଥରେ ସାଢେ ୬ଟାରୁ ସାଢେ ନ’ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ଦ୍ୱତୀୟ ଉତ୍ତର ନିର୍ବାଚନ ମଣ୍ଡଳୀର କିଟ୍ ଛକ ଓ ତୃତୀୟ ରାହାଗିରି , ଏକାମ୍ର ନିର୍ବାଚନଣ୍ଡଳୀ ଅଂଚଳରେ ହେବାକୁ ସ୍ଥିର ହୋଇଛି । ୧ ତାରିଖ ଦିନ ନୂଆବର୍ଷ ପଡୁଥିବାରୁ ଏହାକୁ ବନ୍ଦ ରଖାଯାଇଛି । ଏହାପରେ ୮ ତାରିଖରୁ ପୁଣି ଚାଲିବ । ପୂର୍ବରୁ ଦୁଇଟି ମଂଚ ହେଉଥିବାବେଳେ ଏଥର ତିନିଟି ମଂଚ ହେଉଛି । ତୃତୀୟ ମଂଚ କେବଳ ଭୁବନେଶ୍ୱରର ନୂଆ ଟ୍ୟାଲେଣ୍ଟଙ୍କ ପାଇଁ ସମର୍ପିତ ହେବ ବୋଲି ବିଏମସିରେ ଆଯୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
ତାଙ୍କ କହିବା ଅନୁସାରେ, ଯାହା ପାଖରେ ଯେକୌଣସି ପ୍ରକାରର ଟ୍ୟାଲେଣ୍ଟ ରହିଛି ତାହାକୁ ଉପସ୍ଥାପନ କରିବାକୁ ଏଥର ରାହାଗିରି ମଂଚ ଯୋଗାଇ ଦେବ । ଏଥପାଇଁ କର୍ପୋରେଟରମାନେ ଦାୟିତ୍ୱ ନେବା ସହ ତାଲିକା ପ୍ରସ୍ତୁତ କରିଛନ୍ତି । ନିଜନିଜର ଲଚକ୍କାୟିତ ପ୍ରତିଭା ଜରିଆରେ ସେମାନେ ଦର୍ଶକଙ୍କ ମନ ମୋହିବେ । ଏହାଛଡଠା ପୂର୍ବରୁ ରହିଥିବା ସମସ୍ତ ଇଭେଣ୍ଟ ଯଥା, ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା, ଲାଇଭ ପେଣ୍ଟିଂ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକୟମ, ଓଡିଆ ପ୍ରସିଦ୍ଧ କଳାକାର ପଥୋତ୍ସବ ମଂଚରେ କାର୍ଯ୍ୟକ୍ରମ ପରିବେଷଣ କରିବେ ।




admin 