କରୋନା ହଜାଇଦେଲା ସବୁ ପରମ୍ପରା।

କରୋନା ହଜାଇଦେଲା ସବୁ ପରମ୍ପରା।

କରୋନା ହଜାଇଦେଲା ସବୁ ପରମ୍ପରା।
ଆଜି ଚୈତ୍ର ଶୁକ୍ଳ ନବମୀ ତିଥି ବା ପବିତ୍ର ଶ୍ରୀରାମ ନବମୀ। ଏହି ଦିନରେ ପ୍ରଭୁ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ। ଏଥର କିନ୍ତୁ ରାମ ନବମୀ ପୂରା ଫିକା ପଡ଼ିଛି। କରୋନା ବ୍ୟାପିବା ପରେ ସାରା ଦେଶରେ ଏହା ପାଳନରେ ରୋକ ଲାଗିଛି । ବିଭିନ୍ନ ରାମ ମନ୍ଦିରରେ କେବଳ ସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ହିଁ କାର୍ଯ୍ୟକ୍ରମ ହେଉଛି। ଅଯୋଧ୍ୟାରେ ବି ଫିକା ପଡ଼ିଛି ରାମ ଜନ୍ମୋତ୍ସବ। ସେହିପରି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ବି ନିରାଡମ୍ୱର ଭାବେ ରାମ ନବମୀ ପାଳନ କରାଯାଉଛି। ସବୁ ବର୍ଷ ଭଳି ମନ୍ଦିରରେ ଗହଳି ନାହିଁ। ମନ୍ଦିରର ସବୁ ଗେଟ୍‌ରେ ତାଲା ପକାଯାଇଛି ଏବଂ ପୂରା ମନ୍ଦିରକୁ ପୁଲିସ୍ ଘେରି ରହିଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଯାଉଥିବା ଦେଖିବାକୁ ମିଳିଛି।