କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୫ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୫ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୧୧ ହଜାର ୮୦୫  ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୧ ଜଣ ଥିବାବେଳେ ୫୧୯୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଯାବତ କରୋନାରେ ୬ ଲକ୍ଷ ୪୯୨ ଜଣ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧ ଲକ୍ଷ ୬ ହଜାର ୪୭୧ ଜଣ ଚିକିିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୬୬୮, ବାଲେଶ୍ୱରରେ ୩୦୩, ବରଗଡ଼ରେ ୪୨୧, ଭଦ୍ରକରେ ୩୦୦, ବଲାଙ୍ଗୀରରେ ୩୫୮, ବୌଦ୍ଧରେ ୨୪୬, କଟକରେ ୧୧୯୭, ଦେବଗଡ଼ରେ ୧୦୯, ଢେଙ୍କାନାଳରେ ୨୮୦, ଗଜପତିରେ ୧୧୫, ଗଞ୍ଜାମରେ ୩୩୧, ଜଗତସିଂହପୁରରେ ୨୭୪, ଯାଜପୁରରେ ୩୯୨, ଝାରସୁଗୁଡ଼ାରେ ୩୨୭, କଳାହାଣ୍ଡିରେ ୩୭୭, କନ୍ଧମାଳରେ ୮୩, କେନ୍ଦ୍ରାପଡ଼ାରେ ୧୪୭, କେନ୍ଦୁଝରରେ ୧୮୮, ଖୋର୍ଦ୍ଧାରେ ୧୪୧୪, କୋରାପୁଟରେ ୧୯୬, ମାଲକାନାଗିରିରେ ୯୪, ମୟୂରଭଞ୍ଜରେ ୩୭୪, ନବରଙ୍ଗପୁରରେ ୨୩୯, ନୟାଗଡ଼ରେ ୨୮୦, ନୂଆପଡାରେ ୩୦୭, ପୁରୀରେ ୩୮୮, ରାୟଗଡାରେ ୧୩୭, ସମ୍ବଲପୁରରେ ୫୫୩, ସୋନପୁରରେ ୨୧୪, ସୁନ୍ଦରଗଡ଼ରେ ୧୨୦୯ ଓ ରାଜ୍ୟ ପୁଲରେ ୨୮୪ ଜଣ ସଂକ୍ରମିତ ହୋଇଛନ୍ତି ।