କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୯ ହଜାର ଆକ୍ରାନ୍ତ, ୪୧୪ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୯ ହଜାର ଆକ୍ରାନ୍ତ, ୪୧୪ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୨୯ ହଜାର ଆକ୍ରାନ୍ତ, ୪୧୪ ମୃତ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାର ୩୯୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୭ ଲକ୍ଷ ୯୬ ହଜାର ୭୨୯ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ ୬୩ ହଜାର ୭୪୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୨ ଲକ୍ଷ ୯୦ ହଜାର ୮୩୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା ୧୫ କୋଟି ୪୯ ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍ଆର୍ । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୯୫ ଲକ୍ଷ ୬୧ ହଜାର ୨୧୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୮ ଲକ୍ଷ ୫୩ ହଜାର ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୧ ଲକ୍ଷ ୨୬ ହଜାର ୩୭୯ ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୮୧ ହଜାର ୨୮୧ରେ ପହଞ୍ଚିଛି ।