କରୋନା ଚିନ୍ତା, ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
କରୋନା ଚିନ୍ତା, ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ଆଜି କୋଭିଡ ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ଅପରାହ୍ନ ୪:୩୦ ସମୟରେ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । ଗତ ୯ ତାରିଖରେ ଦେଶର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ।
ଉକ୍ତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଜିଲ୍ଲାସ୍ତରରେ ପର୍ୟ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସହ ଏହି ପ୍ରସଙ୍ଗରେ ସମନ୍ୱୟ ରକ୍ଷା କରିବାକୁ କେନ୍ଦ୍ରୀୟ ଅଧିକାରୀ ଓ ସଂସ୍ଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରି ରାଜ୍ୟଓ୍ବାରୀ କୋଭିଡ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଥିଲା ।ନିକଟ ଅତୀତରେ ଦେଶରେ କୋଭିଡ ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁସାରେ, ଭାରତ ବୁଧବାର୧,୯୪,୭୨୦ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୪୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୧୧.୦୫ ପ୍ରତିଶତ ରହିଛି । ଏହି ଅନୁପାତରେ ସକ୍ରିୟ ମାମଲା ୨.୬୫ ପ୍ରତିଶତକୁ ମଧ୍ୟ ବୃଦ୍ଧି ପାଇଲାଣି । ଭାଲା, ନୀତି ଆୟୋଗ ମୁଖ୍ୟଙ୍କ ସହ ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।




admin 