କମୁଛି ଦୈନିକ ସଂକ୍ରମଣ, ଆଜି ଦେଶରେ ୬୭, ୫୯୭ ନୂଆ ସଂକ୍ରମିତ ଚିହ୍ନଟ

କମୁଛି ଦୈନିକ ସଂକ୍ରମଣ, ଆଜି ଦେଶରେ ୬୭, ୫୯୭ ନୂଆ ସଂକ୍ରମିତ ଚିହ୍ନଟ

କମୁଛି ଦୈନିକ ସଂକ୍ରମଣ, ଆଜି ଦେଶରେ ୬୭, ୫୯୭ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ । ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ଲକ୍ଷେ ତଳେ ରହିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୬୭ହଜାର ୫୯୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ଦେଶରେ ଦୈନିକ ପଜିଟିଭ୍ ହାର ୫.୦୨ପ୍ରତିଶତ ରହିଛି । ଆରମ୍ଭରୁ ଇତି ମଧ୍ୟରେ ମୋଟ ୪କୋଟି ୨୩ଲକ୍ଷ ୩୯ହଜାର ୬୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ଗତ ୨୪ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୨୨ହଜାର ୫୨୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୬ହଜାର ୪୩୬, କର୍ଣ୍ଣାଟକରେ ୬ହଜାର ୧୫୧, ତାମିଲନାଡୁରେ ୫ହଜାର ୧୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୨ହଜାର ୨୯୮, ଗୁଜୁରାଟରେ ୩ହଜାର ୯୦୯ ଏବଂ ଆନ୍ଧ୍ରପ୍ରଦେଶରେ ୨ହଜାର ୫୯୭ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

 ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୯ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୯ଲକ୍ଷ ୯୪ହଜାର ୮୯୧ ରହିଛି । ଦିନକରେ କରୋନାକୁ ଆଉ ୧ଲକ୍ଷ ୮୦ହଜାର ୪୫୬ ଜଣ ଲୋକ ମାତ ଦେଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୮ଲକ୍ଷ ୪୦ହଜାର ୬୫୮ ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ବର୍ତ୍ତମାନ  ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୭୦କୋଟି ୨୦ଳକ୍ଷ ଟପିଛି । ସେଥିମଧ୍ୟରୁ ୯୦କୋଟି ୧୦ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଥିବାବେଳେ ୭୨କୋଟି ୮୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।