କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ମହିଳା ସାଂସ୍କୃତିକ ସଂଗଠନ(ଏମ୍ଏସ୍ଏସ୍) କଟକ ଜିଲ୍ଲା କମିଟି ପକ୍ଷରୁ ନାରୀ ନିର୍ଯ୍ୟାତନା ବନ୍ଦ କରିବା ଏବଂ ନିର୍ଯ୍ୟାତନାକାରୀଙ୍କୁ କଠୋର ଶାସ୍ତି ଦେବା, ମଦ-ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷେଧ କରିବା, ସ୍କୁଲ କଲେଜ ନିକଟରେ ମଦ ବିକ୍ରିକୁ ନିଷିଦ୍ଧ କରିବା, ମୋବାଇଲ, ଇଣ୍ଟରନେଟରେ ଅଶ୍ଳୀଳତା, ନଗ୍ନତାର ପ୍ରସାର ପ୍ରଚାର ବନ୍ଦ କରିବା, ଅଶ୍ଳୀଳତା-ନଗ୍ନତା, ଅପସଂସ୍କୃତି, ଅଶ୍ଳୀଳ ସିଡି, ସିନେମା ଓ ଦ୍ୱି-ଅର୍ଥବୋଧକ ସଂଗୀତର ପ୍ରସାର-ପ୍ରଚାର ବନ୍ଦ କରିବା, ଛାତ୍ରୀ ନିବାସ ଓ କର୍ମଜୀବୀ ମହିଳାମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପାଚିକା ସହାୟିକା, ଆଶା ଅଙ୍ଗନବାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବିରେ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଆମ ରାଜ୍ୟରେ ମଦ-ମାଦକ ଦ୍ରବ୍ୟର ବହୁଳ ପ୍ରସାର-ପ୍ରଚାର ହେବା ଫଳରେ ମହଳିାମାନଙ୍କର ଜୀବନ ଅତ୍ୟନ୍ତ ବିପଦପୂର୍ଣ୍ଣ ଦୁର୍ବିସହ ହୋଇପଡିଛିି । ଏଥିସହିତ ମଣିଷ ତା’ର ମାନସିକ ସନ୍ତୁଳନ ହରାଇବାଦ୍ୱାରା, ବିକାରଗ୍ରସ୍ତ ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଦ୍ୱାରା ନଷ୍ଟ ବାତାବରଣ ତିଆରି ହେଉଛି ଓ ସମାଜର ଅଶେଷ କ୍ଷତିସାଧନ ହେଉଛି । ଆପଣ ଜାଣନ୍ତି ମଦ-ମାଦକ ଦ୍ରବ୍ୟର ବହୁଳ ପ୍ରସାର-ପ୍ରଚାର ଘଟିଲେ ସ୍ପଷ୍ଟ ଦିବାଲୋକରେ ମହିଳା ତଥା ଛାତ୍ରୀମାନଙ୍କ ଉପରେ ଆହୁରି ପାଶବିକ ନିର୍ଯାତନା ବଢିବ ଏବଂ ଆଜି ମଧ୍ୟ ସାଧାରଣରେ ଚଳପ୍ରଚଳ କରିବାକୁୁ ମହିଳାମାନେ ନିରାପଦ ମନେକରୁନାହାନ୍ତି । ଅନ୍ୟଦିଗରେ ଗଣମାଧ୍ୟମରେ ମଦ-ମାଦକ ଦବ୍ର୍ୟ, ଅଶ୍ଳୀଳତା-ନଗତ୍ନାର ପ୍ରଚାର-ପସ୍ରାର ଯୋଗୁଁ ସମାଜରେ ନାରୀମାନଙ୍କର ନିରାପତ୍ତା ଓ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ସଂପୂର୍ଣ୍ଣ ଭାବରେ ମଦ ଲାଇସେନ୍ସ ପ୍ରଦାନ କରିବାକୁ ଆମେ ଦୃଢ ବିରୋଧ କରିବା ସହିତ ସରକାର ଦାବି ଗୁଡିକର ବିଚାରକୁ ନେଇ ବିହିତ ପଦକ୍ଷେପ ନେବାକୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭରେ କଟକ ଜିଲ୍ଲା ସଭାପତି ମାଳବିକା ସାମଲଙ୍କ ସଭାପତିତରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍ଏସ୍ଏସ୍)ର ଓଡିଶା ରାଜ୍ୟ କମିଟି ସଂପାଦିକା ସରୋଜିନୀ ନାୟକ, ଜିଲ୍ଲା ସଂପାଦିକା ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ଝରଣା ଦାସ, ସୁଜାତା ମହାପାତ୍ର, ମନସ୍ୱନୀ ପ୍ରଧାନ, ଜ୍ୟୋତ୍ସାମୟୀ ଦାସ, ସଂନ୍ଧ୍ୟା ନାୟକ, ଶୁଭସ୍ମିତା ଦଳେଇ,ପ୍ରତିମା ସିଂ ଜୟନ୍ତୀ ସାହା, ସୁକାନ୍ତି ନାୟକ, ରୁନୁବାଳା ପଲାଇ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।