କାଗଜ କପ୍ ରେ ଚା ଦେବାକୁ ନିଷିଦ୍ଧ କଲା ମହାନଗର ନିଗମ
ଏଣିକି କାଗଜ କପ୍ôରେ ଚାହାକୁ ନା କେବଳ କାଚ୍ ଗ୍ଲାସ୍, ଷ୍ଟିଲ୍ କପ୍ ନ ହେଲେ ମାଟି କପରେ ଚାହା ଦିଅ ନିର୍ଦ୍ଦେଶ ଖିଲାପ କଲେ ଲାଗିବ ମୋଟା ଫାଇନ୍
ଏପରି ଏକ କଠୋର କିନ୍ତୁ ଜନହିତ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମୁନିସିପାଲ୍ କର୍ପୋରେସନ । କାଗଜ କପରେ ଥିବା ହଜାରେ ପ୍ରକାର କେମିକାଲ ଓ ପଏଜନ ମଣିଷ ଶରୀରର ପାଇଁ ଅତ୍ୟନ୍ତ କ୍ଷତି କାରକ । ତେଣୁ ଏହାର ବ୍ୟବହାରକୁ ବ୍ୟାନ୍ କରିଛି ସମ୍ବଲପୁର ମହାନଗର ନିଗମ । ସ୍ୱଛତା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏହି ଅର୍ଡର ଆଶନ୍ତା ଜାନୁଆରୀ ଏକ ୨୦୨୫ରୁ ଲାଗୁ କରିବା ପାଇଁ କମିସନର ବେଦଭୂଷଣ କହିଛନ୍ତି । ସମ୍ବଲପୁର ମହାନଗର ନିଗମ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ୱଚ୍ଛତା ଅଭିଯାନରେ ନିଆ ଯାଉଥିବା ପଦକ୍ଷେପକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କମିସନର କହିଛନ୍ତି ଯେ ବର୍ତ୍ତମାନ ମହାନଗର ନିଗମ କାର୍ୟ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅଭିଯାନରେ ବିଭିନ୍ନ ଅଞ୍ଚଳର ଥିବା ବଡ଼ ଡଷ୍ଟବିନକୁ ହଟାଯିବା କାର୍ୟ୍ୟ କରାଯାଉଛି। ଲୋକେ ନିଜ ଘର ନିକଟକୁ ଯାଉଥିବା ଆବର୍ଜନା ସଂଗ୍ରହ ଗାଡ଼ିରେ ଆବର୍ଜନା ଦେବାକୁ ଅନୁରୋଧ କରାଯାଇଛି। ଏହାସହ ସବୁ ଘର ଓ ଦୋକାନିଙ୍କ ପାଇଁ ୨ ଗୋଟି ଡଷ୍ଟବିନ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସହରରେ ଅଧିକ ସ୍ୱଚ୍ଛତା ଅଣାଯାଇ ପାରିବ । ସ୍ୱଚ୍ଛତା ଅଭିଯାନ ସଠିକ କାର୍ୟ୍ୟକାରିତା ନେଇ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ କାର୍ୟ୍ୟ କରୁଛି । ସବୁଠୁ ବଡ଼ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଗାମୀ ୧ ଏପ୍ରିଲ ୨୦୨୫ ରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର କାଗଜ କପ୍ ରେ ଚା ଦେବାକୁ ନିଷିଦ୍ଧ କରାଯାଇଛି। ସେହିପରି ସହର ମଧ୍ୟରେ ଲୋକଙ୍କ ପାର୍କିଂ ସମସ୍ୟା ସହ ଫ୍ଲାଇଓଭର ତଳେ ପାର୍କିଂ ଫି ନେଇ ହେଉଥିବା ପ୍ରସଙ୍ଗରେ ମହାନଗର ନିଗମ କମିଶନର ଗଣମାଧ୍ୟମକୁ ସୁଚନା ଦେଇଥିଲେ।