କୁଆଡେ ଗଲା ଆଇନ, ଖୁଲମ ଖୁଲା ଚାଲିଛି ଶୁଆ ଶୀକାର ଏବଂ ଅତ୍ୟାଚାର
ଭୁବନେଶ୍ୱର: ରାଜ୍ୟରେ ବନ୍ୟ ପ୍ରାଣୀ ଅପରାଧ କମିବାର ନା ନେଉନାହିଁ । ଏହାର କାରଣ ହେଲା ବନ ବିଭାଗର ଉଦାସୀନତା । ୧ ଏପ୍ରିଲ ୨୦୨୩ ରୁ ସଂଶୋଧିତ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଲାଗୁ ହେବା ସତ୍ତ୍ୱେ ବନ ବିଭାଗ କୋହଳ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଅବସ୍ଥା ପହଞ୍ଚିଛି । ବନ୍ୟ ପ୍ରାଣୀ ଆଇନ ଉଲଂଘନ ର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେଉଁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତ ଙ୍କ ୟୁଟ୍ୟୁବ ଚ୍ୟାନେଲ ରେ । ଚିନ୍ମୟ ଭାଇ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ ଭିଡିଓ ପୋଷ୍ଟ କରିବା ସହିତ, ଲୋକ ମାନଙ୍କୁ ଶୁଆ ଶୀକାର କରିବା ପାଇଁ ଉତ୍ସାହିତ କରୁଛନ୍ତି ।
ଗୋଟିଏ ଭିଡିଓ ରେ ଚିନ୍ମୟ ଶୁଆ ଙ୍କୁ କଥା କହିବ ଶିଖେଇବା ପାଇଁ ଲୋକଙ୍କୁ ଶିଖାଉଛନ୍ତି; ସେଇ ଭିଡିଓ ରେ ଶୁଆ ର ଉଭୟ ପଟ କଣ ପୁଡାରେ ସୋରିଷ ତେଲ ପକେଇବା ସହିତ ଲୋକଙ୍କୁ ସେଇଆ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଏହା ବନ୍ୟ ପ୍ରାଣୀ ଆଇନ ର ଖୋଲା ଉଲଂଘନ ସହିତ, ଜୀବେ ନିଷ୍ଠୁରତା ନିରାକରଣ ଆଇନ, ୧୯୬୦ ର ମଧ୍ୟ ଉଲଂଘନ । ଶୁଆ କୁ ସେ ଅତ୍ୟାଚାର ହିଁ କରୁଛନ୍ତି । ସେହିପରି ଅନ୍ୟ ଏକ ଭିଡିଓ ରେ ଶୁଆ କିପରି ମଣିଷଙ୍କୁ କାମୁଡିବ ନାହିଁ, ସେଇ ବିଷୟରେ ଲୋକଙ୍କୁ ଡେମୋ ଦେଖେଇବା ପାଇଁ ଯାଇ ଏକ ଲୁହ ଛଡ କୁ କାମୁଡିବା ଦେଉଛନ୍ତି । ଲୁହ ଛଡ କୁ କାମୁଡିବା ଦ୍ଵାରା ଶୁଆ ଟିର ଥଣ୍ଟ ନିଶ୍ଚୟ କ୍ଷତି ଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ । ଆଉ ଏକ ଭିଡିଓ ରେ ଦୁଇଟି ଶୁଆଙ୍କୁ ଡାଲି ଭାତ ଖୁଆଇବା ମଧ୍ୟ ଶିଖାଯାଉଛି ।
ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ସେହି ଭିଡିଓ ଗୁଡ଼ିକୁ ଭିତ୍ତି କରି ଚିନ୍ମୟ ମହାନ୍ତ ଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଙ୍କୁ ଇମେଲ ଜରିଆରେ ଚିଠି ଲେଖିଛନ୍ତି । ଏଇ ଚିଠିର ନକଲ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ, ଏବଂ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ର ଅତିରିକ୍ତ ନିର୍ଦେଶକ ଙ୍କୁ ମଧ୍ୟ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତୀୟ ବନ୍ୟ ପ୍ରାଣୀ ଙ୍କ ସହିତ ଫୋଟୋ ବା ଭିଡିଓ ସୁଟିଂ କରି ସୋସିଆଲ ମେଡିଆ ରେ ପୋଷ୍ଟ କରିବା କୁ ବେଆଇନ ବୋଲି ୨୦୧୪ ରୁ ଘୋଷଣା କରାଯିବା ସତ୍ତ୍ୱେ ଓଡ଼ିଶାରେ ବନ ବିଭାଗ ଏଇ ଦିଗ କୁ ଆଖି ବୁଜି ଦେଇଛନ୍ତି । ତେବେ, ୨୦୧୯ ରେ ବରଗଡ଼ ଏବଂ ଅଗଷ୍ଟ ୨୦୨୨ ମସିହାରେ ସମ୍ବଲପୁର ରେ ସୋସିଆଲ ମିଡିଆରେ ସାପ ସହିତ ଭିଡିଓ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ।
ଶୁଆ ମାନଙ୍କୁ ସଂଶୋଧିତ ବନ୍ୟ ପ୍ରାଣୀ ସଂରକ୍ଷଣ ତାଲିକା ରେ ତଫସିଲ ୨ ଅନ୍ତର୍ଭୁକ୍ତ କରାଯାଇଥିବା ସ୍ଥଳେ ଏହାର ଦଣ୍ଡ ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ଶୁଆ ଶୀକାର କରିବା ବା ଘରେ ପୋଷିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନା କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଛି । ଏଣୁ, ଚିନ୍ମୟ ମହାନ୍ତ ଙ୍କୁ ଗିରଫ କରିବା ସହିତ ଓଡ଼ିଶାରେ ଯେଉଁ ସବୁ ବ୍ୟକ୍ତି ମାନେ ସାପ, ମାଙ୍କଡ, ଶୁଆ ଆଦି ବନ୍ୟ ପ୍ରାଣୀ ଙ୍କ ଭିଡିଓ ୟୁଟ୍ୟୁବ ରେ ପୋଷ୍ଟ କରୁଛନ୍ତି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ସେଇ ମଧ୍ୟ ଗିରଫ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ଖାଲି ସେତିକି ନୁହେଁ ୟୁଟ୍ୟୁବ କମ୍ପାନୀ ସେଇ ସବୁ ଚାନେଲ କୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ ।




admin 