କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ

କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ

କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ସତରେ ପରିଣତ ହେଲା। ସବୁ ରଣନୀତି ଫେଲ ମାରିଲା । କଂଗ୍ରେସ ନିଜର ସଂଗଠନକୁ ମଜଭୁତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି । ନିକଟରେ କଂଗ୍ରେସ ଚିନ୍ତନ ବୈଠକ କରି ଦଳ ପାଇଁ ମନପ୍ରାଣ ଦେଇ କାମ କରିବାକୁ କର୍ମକର୍ତ୍ତାମାନଙ୍କୁ କହିଥିଲେ ହେଁ ଏହାର ପ୍ରଭାବ କିନ୍ତୁ ଓଲଟା ଦେଖିବାକୁ ମିଳିଛି ।  ସଫଳତା ମିଳିବା ବଦଳରେ କଂଗ୍ରେସକୁ ଝଟକା ଲାଗିଛି ।

କାରଣ  କଂଗ୍ରେସ ଛାଡ଼ିଛନ୍ତି ଗୁଜରାଟ ପଟିଦାର ନେତା ହାର୍ଦ୍ଧିକ ପଟେଲ ।  ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଥିବା ଜଣାଯାଇଛି ।

ପ୍ରକାଶଯେ, ହାର୍ଦ୍ଧିକ କଂଗ୍ରେସ ଛାଡ଼ିବେ ବୋଲି ନିକଟରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା ।